Home News in Odia ଆବେଦନ କଲେ ୨୬ କିନ୍ନର

ଆବେଦନ କଲେ ୨୬ କିନ୍ନର

ଭୁବନେଶ୍ୱର : ଓଡ଼ିଶା ପୋଲିସ୍‌ରେ ୪୭୭ ସବ୍‌ଇନ୍ସପେକ୍ଟର ପଦବୀ ନିମନ୍ତେ ଗତ ମାସରେ ବିଜ୍ଞାପନ ପ୍ରକାଶ ପାଇଥିଲା । ବିଜ୍ଞପ୍ତିର ନିୟମାବଳୀ ଅନୁଯାୟୀ ଆଗ୍ରହୀ ପ୍ରାର୍ଥୀଙ୍କ ଠାରୁ ଜୁନ୍ ୨୨ ତାରିଖରୁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନପତ୍ର ଗ୍ରହଣ କରାଯାଇଥିଲା । ଏଥିରେ ୨୬ଜଣ କିନ୍ନର ଆବେଦନ କରିଥିବା ଜଣାଯାଇଛି ।

ଏହାର ସମୟସୀମା ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ରହିଥିଲା ।ସବିଶେଷ ତଥ୍ୟ ଅନୁଯାୟୀ, ସମୁଦାୟ୧,୩୨,୪୯୬ଜଣ ପ୍ରାର୍ଥୀ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିଥିବାବେଳେ ଏମାନଙ୍କ ମଧ୍ୟରେ ସର୍ବାଧିକ ଏସ୍‍ଇବିସି ବର୍ଗର ପ୍ରାର୍ଥୀ ରହିଛନ୍ତି ।

ଆବେଦନ କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ୯୭,୫୦୬ଜଣ ପୁରୁଷ ପ୍ରାର୍ଥୀ ଥିବାବେଳେ ୩୪,୯୬୪ଜଣ ମହିଳା ରହିଛନ୍ତି । ସେହିଭଳି ଏମାନଙ୍କ ମଧ୍ୟରେ ଅନୁସୂଚିତ ଜାତିର ୨୯,୭୧୦ଜଣ ପ୍ରାର୍ଥୀ ଥିବାବେଳେ ଅନୁସୂଚିତ ଜନଜାତିର ୨୪,୧୯୩, ଏସ୍‍ଇବିସିର ୫୨,୨୭୪, ଅଣସଂରକ୍ଷିତ ବର୍ଗର ୨୬,୩୧୯ ଜଣ ରହିଛନ୍ତି ।

ବର୍ତ୍ତମାନ ଆବେଦନକାରୀଙ୍କ ଠାରୁ ଫି ଗ୍ରହଣ ପ୍ରକ୍ରିୟା ଜାରି ରହିଥିବାରୁ ସେମାନଙ୍କ ସଂଖ୍ୟା ଆହୁରି ବଢିପାରେ ବୋଳି ପୁଲିସ୍‍ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।