Home News in Odia ଆନ୍ଦୋଳନକୁ ସ୍ଥଗିତ ରଖିଲା ବିଜେଡି

ଆନ୍ଦୋଳନକୁ ସ୍ଥଗିତ ରଖିଲା ବିଜେଡି

ଭୁବନେଶ୍ୱର : ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ଜୋରଦାର ଆନ୍ଦୋଳନ ଆରମ୍ଭ କରିଥିବା ବିଜେଡି ତୈଳଦରରେ ସାମାନ୍ୟ ହ୍ରାସପରେ ଆନ୍ଦୋଳନକୁ ୧୦ଦିନ ପାଇଁ ସ୍ଥଗିତ ରଖିଛି । ଯଦି ଏହି ସମୟ ମଧ୍ୟରେ କେନ୍ଦ୍ର ସରକାର ରନ୍ଧନଗ୍ୟାସ ଦର ହ୍ରା ନକରନ୍ତି ତେବେ ବିଜେଡି ପୁଣି ତାହାର ଆନ୍ଦୋଳନ ଆରମ୍ଭ କରିବ ବୋଲି ବିଜେଡି ଯୁବମୋର୍ଚ୍ଚା ସଭାପତି ବିଧାୟକ ବ୍ୟୋମକେଶ ରାୟ ସୂଚନା ଦେଇଛନ୍ତି ।

ଶ୍ରୀ ରାୟ ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଦଳର ଯୁବ ଓ ଛାତ୍ର ଶାଖା ଆସନ୍ତା ୩ଦିନ ପର୍ଯ୍ୟନ୍ତ ଜୋରଦାର ଆନ୍ଦୋଳନ ପାଇଁ ସ୍ଥିର କରିଥିଲେ । ତେବେ ଇତି ମଧ୍ୟରେ କେନ୍ଦ୍ର ସରକାର ପଟ୍ରୋଲ ଓ ଡିଜେଲ ଉପରୁ ଯଥାକ୍ରମେ ୫ ଓ ୧୦ ଟଙ୍କା କରି ଏକ୍ସାଇଜ ଦର ହ୍ରାସ କରିଛନ୍ତି । ଓଡିଶା ସରକାର ମଧ୍ୟ ଉପଭୟ କିସମର ତୈଳ ଉପରୁ ୩ଟଙ୍କା କରି ଭାଟ୍‍ କମାଇଛନ୍ତି ।

ତେବେ ରନ୍ଧନଗ୍ୟାସ ଦର ଏବେ ସାଧାରଣ ଲୋକଙ୍କୁ ବାଧୁଛି । ଏହାର ଦର ଏବେ ୧୦୦୦ ଟଙ୍କା ଛୁଇଁ ଥିବାରୁ ଲୋକେ କିଣିବାକୁ ଡରୁଛନ୍ତି । କେନ୍ଦ୍ର ସରକାର ତୁରନ୍ତ ଏହାର ଦର ହ୍ରାସ ଉପରେ ନିଷ୍ପତ୍ତି ଗ୍ରହଣ କରନ୍ତୁ । ଯଦି ଆଗାମୀ ୧୦ ଦିନ ମଧ୍ୟରେ ଏହାର ଦର ହ୍ରାସ ନହୁଏ ତେବେ ବିଜେଡି ପୁଣି ତାହାର ଆନ୍ଦୋଳନକୁ ଜୋରଦାର କରିବ ।

ଏଠାରେ ଉଲ୍ଲେଖନୀୟ ଯେ ବିଜେଡିର ବିଭିନ୍ନ ମୋର୍ଚ୍ଚା ତୈଳ, ରନ୍ଧନଗ୍ୟାସ ଓ ଅତ୍ୟାବଶକୀୟ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇବା ସହିତ ରାଜଭବନ ଠାରୁ ଆରମ୍ଭକରି ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ପର୍ଯ୍ୟନ୍ତ ସବୁଆଡେ ଆନ୍ଦୋଳନକୁ ଜୋରଦାର କରିଥିଲେ । ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତୈଳ ଉପରୁ ଏକ୍ସାଇଜ ଓ ଭାଟ୍‍ ଦର ହ୍ରାସ କରିବାପରେ ବିଜେଡି ଏବେ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛି ।

LEAVE A REPLY

Please enter your comment!
Please enter your name here