Home General ଆଦିବାସୀ ପଡ଼ିଆକୁ ଫେରିଲା ମେଳା

ଆଦିବାସୀ ପଡ଼ିଆକୁ ଫେରିଲା ମେଳା

268
0

ଭୁବନେଶ୍ୱର: ଚଳିତବର୍ଷ ଆଦିବାସୀ ମେଳା ପୁଣିଥରେ ଆଦିବାସୀ ପଡ଼ିଆକୁ ଫେରିବ । କରୋନା ମହାମାରୀ ଯୋଗୁ ଷ୍ଟଲ୍‌ ସଂଖ୍ୟା ହ୍ରାସ ସହିତ ପ୍ରଦର୍ଶନୀ ପଡ଼ିଆ ବଦଳରେ ଆଦିବାସୀ ପଡ଼ିଆରେ ଏହା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ଜାନୁଆରୀ ୨୬ରୁ ଫେବୃଆରୀ ୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଆଦିବାସୀ ମେଳାରେ ଚଳିତବର୍ଷ ମୋଟ୍‌ ୯୦ଟି ଷ୍ଟଲ୍‌ ସ୍ଥାନ ପାଇବ । ବିଭିନ୍ନ ଜିଲ୍ଲାରୁ ଆସିଥିବା ଆଇଟିଡିଏ ଓ ଏସଏଚଜିମାନଙ୍କୁ ଏହି ଷ୍ଟଲମାନଙ୍କରେ ସାମଗ୍ରୀ ବିକ୍ରି ପାଇଁ ଅନୁମତି ମିଳିବ ।

କୋଭିଡ କଟକଣାକୁ ଦୃଷ୍ଟିକୁ ରଖି ପ୍ରବେଶ ପଥରେ ପ୍ରତ୍ୟେକ ବ୍ୟକ୍ତିଙ୍କର ଥର୍ମାଲ୍‌ ସ୍କି୍ରନିଂ ସହିତ ସାନିଟାଇଜରଯୋଗାଇ ଦିଆଯିବ । ବିନା ମାସ୍କରେ କୌଣସି ବ୍ୟକ୍ତିକୁ ମେଳା ପଡ଼ିଆକୁ ଛଡ଼ାଯିବ ନାହିଁ । ଚଳିତବର୍ଷ ଆଦିବାସୀ ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଖାଦ୍ୟ ବିକ୍ରିକୁ ବାରଣ କରାଯାଇଛି ।

ପ୍ରତ୍ୟେହ ଦିନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମେଳା ପରିସରକୁ ଦର୍ଶକମାନେ ବୁଲି ଦେଖିପାରିବେ । ତେବେ ୨୦୧୮ ମସିହାରୁ ଜନସମାଗମକୁ ଦୃଷ୍ଟିରେ ରଖି ଆଦିବାସୀ ମେଳାକୁ ପ୍ରଦର୍ଶନୀ ପଡ଼ିଆକୁ ସ୍ଥାନାନ୍ତର କରାଯାଇଥିବା ବେଳେ ତିନିବର୍ଷ ପରେ ପୁଣି ଥରେ ଏହା ତାହାର ମୂଳ ସ୍ଥାନକୁ ଫେରିଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ୧୯୫୧ ମସିହାରେ କଟକଠାରେ ଆଦିବାସୀ ମେଳା ଆରମ୍ଭ ହୋଇଥିବା ବେଳେ ୧୯୫୪ ମସିହାରୁ ଏହା ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହେବା ସହିତ ଆଦିବାସୀ ପଡ଼ିଆରେ ଅନୁଷ୍ଠିତ ହୋଇଆସୁଥିଲା ।

LEAVE A REPLY

Please enter your comment!
Please enter your name here