Home News in Odia ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ନକ୍ସଲ କ୍ରିଷ୍ଣା

ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ନକ୍ସଲ କ୍ରିଷ୍ଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଆତଙ୍କ ଖେଳାଇଥିବା ଦୁର୍ଦ୍ଦାନ୍ତ ନକ୍ସଲ ଜି. ଜଳନ୍ଧର ରେଡ୍ଡୀ ଓରଫ୍‍ କ୍ରିଷ୍ଣା ଆନ୍ଧ୍ର ପୁଲିସ ନିକଟରେ ଆତ୍ମସମର୍ପଣ କରିଛି । ଆନ୍ଧ୍ର-ଓଡିଶା ବର୍ଡ଼ର ଡିଭିଜନରେ କ୍ରିଷ୍ଣା ସକ୍ରିୟ ଭାବେ କାମ କରୁଥିଲା । ଆନ୍ଧ୍ର, ଓଡ଼ିଶା ଏବଂ ତେଲେଙ୍ଗାନାରେ ବିଭିନ୍ନ ହିଂସାକାଣ୍ଡରେ ଜଡ଼ିତ ଥିବା କ୍ରିଷ୍ଣା ନାମରେ ତିନି ରାଜ୍ୟର ସରକାର ୩୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କ ଅପହରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା କ୍ରିଷ୍ଣା । ଦୀର୍ଘ ଦିନ ଧରି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ନିଜ ଦବଦବା ଜାହିର କରି ରଖିଥିବା କ୍ରିଷ୍ଣା ଆନ୍ଧ୍ର, ଓଡ଼ିଶା ଏବଂ ତେଲେଙ୍ଗାନାରେ ବିଭିନ୍ନ ନକ୍ସଲି ହିଂସାରେ ସାମିଲ ଥିଲା । ତେଣୁ ୩ ରାଜ୍ୟ ପୁଲିସ୍ ପକ୍ଷରୁ ତାକୁ ଧରିବା ପାଇଁ ଜୋରସୋର ଉଦ୍ୟମ ହେଉଥିଲା ।

ବହୁ ବର୍ଷ ଧରି ପୁଲିସ୍ ଆଖିରେ ଧୂଳିଦେଇ ଜଙ୍ଗଲରେ ଲୁଚି ରହୁଥିବା କ୍ରିଷ୍ଣା ଶେଷରେ ଆନ୍ଧ୍ର ପୁଲିସ୍ ନିକଟରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଲା ବୋଲି ସୂଚନା ମିଳିଛି । ଆତ୍ମସମର୍ପଣ ପରେ ଆନ୍ଧ୍ର ପୁଲିସ୍ ପକ୍ଷରୁ କ୍ରିଷ୍ଣାକୁ ୨୦ ଲକ୍ଷରୁ ଅଧିକ ଟଙ୍କା ସହାୟତା କରାଯିବ ସହ ଆତ୍ମର୍ନିଭରଶୀଳ କରାଯିବ ବୋଲି ସୂଚନା ଦିଆଯାଇଛି । ତେବେ ମାଲକାନଗିରି ପୁଲିସ କ୍ରିଷ୍ଣାକୁ ରିମାଣ୍ଡରେ ଆଣିପାରେ ବୋଲି କୁହାଯାଇଛି ।

ମାଓ ବିଚାରଧାରାରେ ଅସନ୍ତୋଷ ହେତୁ କ୍ରିଷ୍ଣା ଆତ୍ମସମର୍ପଣ କରିଛି ବୋଲି ଆନ୍ଧ୍ରପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ଡି.ଜି ସାୱାଙ୍ଗ କହିଛନ୍ତି । ସେ କହିଛନ୍ତି ଯେ ୨୦୧୯ ମସିହାରୁ ରାଜ୍ୟରେ ପୋଲିସ ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟର ଆଠଟି ସର୍ଚ୍ଚ ଅପରେସନ ହୋଇଛି, ଯେଉଁଥିରେ ଜିଲ୍ଲା କମିଟି ସଦସ୍ୟଙ୍କ ସମେତ ୮ଜଣ ଆଇନଜୀବୀ ନିହତ ହୋଇଥିଲେ ଏବଂ ଏକ ସ୍ୱତନ୍ତ୍ର ଜୋନାଲ କମିଟି ସଦସ୍ୟଙ୍କ ସମେତ ୬ ଜଣ ଥିଲେ । ଗିରଫ ଅନ୍ୟ ୩୧ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ।