Home Health ଆଗୁଆ ପଦକ୍ଷେପ ଯୋଗୁଁ ସଫଳ କରୋନା ମୁକାବିଲା

ଆଗୁଆ ପଦକ୍ଷେପ ଯୋଗୁଁ ସଫଳ କରୋନା ମୁକାବିଲା

ଭୁବନେଶ୍ୱର : ଆଗୁଆ ପଦକ୍ଷେପ ଏବଂ ସଠିକ୍ ପରିଚାଳନା ହେତୁ, କୋଭିଡ୍ -୧୯ ମହାମାରୀ ମୁକାବିଲା କ୍ଷେତ୍ରରେ ଓଡିଶା ଜାତୀୟ ସ୍ତର ଅପେକ୍ଷା ଭଲ ସ୍ଥିତିରେ ଅଛି । ସରକାରୀ ସ୍ତରରୁ ମିଳିଥିବା ସୂଚନା ଅନୁଯାୟୀ, ଜାତୀୟ ହାରକୁ ଦୃଷ୍ଟିରେ ରଖି ସମସ୍ତ ମାନକ ସୂଚକାଙ୍କରେ ରାଜ୍ୟ ଅଧିକ ପ୍ରଦର୍ଶନ କରୁଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ -୧୯ ସ୍ଥିତିର ନିୟମିତ ସମୀକ୍ଷା କରୁଥିବାବେଳେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦିପ୍ତ କୁମାର ମହାପାତ୍ର ଏହା ପରେ ନିୟମିତଭାବେ ନଜର ରଖିଛନ୍ତି ।

ସର୍ବଶେଷ ଆକଳନ ଅନୁଯାୟୀ, ରାଜ୍ୟରେ ପ୍ରତି ନିୟୁତ ଜନସଂଖ୍ୟାରେ ୨୨,୦୧୭ କରୋନା ମାମଲା ହୋଇଥିବାବେଳେ ଏହା ଜାତୀୟ ସ୍ତରରେ ୨୪,୮୫୫ ରହିଛି । ଜାତୀୟ ସ୍ତରରେ ପ୍ରତ୍ୟେକ ନିୟୁତ ଜନସଂଖ୍ୟାରେ ୨୯୦ ଟି ସକ୍ରିୟ ମାମଲା ଥିବାବେଳେ ଓଡିଶାରେ ୧୫୦ ଟି ମାମଲା ରହିଛି । ତେବେ ସମଗ୍ର ଦେଶରେ ୯୭.୫ ପ୍ରତିଶତ କରୋନା ଆରୋଗ୍ୟ ତୁଳନାରେ ଓଡିଶାରେ ଏହା ୯୮.୫ ପ୍ରତିଶତ ରହିଛି । ଜାତୀୟ ସ୍ତରରେ ପ୍ରତି ଏକ ନିୟୁତ ଜନସଂଖ୍ୟାରେ ୪,୦୦,୮୯୪ଟି ନମୂନା ପରୀକ୍ଷା କରାଯାଉଥିବାବେଳେ ଓଡିଶାରେ ପ୍ରତି ନିୟୁତରେ ଏହା ୪,୦୨,୯୨୩ ରହିଛି ।

ଓଡିଶାରେ ପ୍ରତି ନିୟୁତି ଜନସଂଖ୍ୟାରେ ଚିହ୍ନଟ ହେଉଥିବା ପଜିଟିଭ ସଂଖ୍ୟା ୫.୪୬ ପ୍ରତିଶତ ଥିଲା, ଯାହା ଜାତୀୟ ସ୍ତରର ୬.୨ ପ୍ରତିଶତ ତୁଳନାରେ କମ୍ ଅଟେ । ଓଡିଶାରେ ମୃତ୍ୟୁ ହାର ୦.୭୯ ପ୍ରତିଶତ ଥିବାବେଳେ ଜାତୀୟ ହାର ୧.୩୩ ପ୍ରତିଶତ ତୁଳନାରେ ଏହା ବହୁତ କମ୍ ରହିଛି । ଟୀକାକରଣ କାର୍ଯ୍ୟକ୍ରମରେ ମ୍ମ ରାଜ୍ୟ ଭଲ ପ୍ରଦର୍ଶନ କରିଛି । ଏପର୍ଯ୍ୟନ୍ତ, ରାଜ୍ୟରେ ୧୮ ବର୍ଷ ବୟସ ବର୍ଗର ଟୀକାକରଣ ଅଧୀନରେ ୫୮% ଏବଂ ଦ୍ୱିତୀୟ ଡୋଜ ପାଇଁ ୭୨% ଅଟେ ।

ଟିକାକରଣର କ୍ଷେତ୍ରରେ ଭୁବନେଶ୍ୱର ୧୪୭ ପ୍ରତିଶତ ସହ ଶୀର୍ଷରେ ଥିବାବେଳେ ଜଗତସିଂହପୁର ୪୩ ପ୍ରତିଶତ ସହିତ ସବୁଠାରୁ ତଳେ ରହିଛି । ଅତିକମରେ ୭ ଟି ଜିଲ୍ଲା ୫୦ ପ୍ରତିଶତରୁ କମ୍ ରହିଛି । ଏହି ଜିଲ୍ଲାଗୁଡ଼ିକ ହେଉଛି – ଜଗତସିଂହପୁର, ମୟୂରଭଞ୍ଜ, ଖୋରଧା ଗ୍ରାମାଞ୍ଚଳ, ବରଗଡ, ବାଲେଶ୍ୱର, ଅନୁଗୁଳ ଏବଂ ଯାଜପୁର । ଏଠାରେ ଟିକାଦାନ ପ୍ରକ୍ରିୟା ବଢାଇବା ଲାଗି ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ମାଲକାନଗିରି (୫୦%), ନବରଙ୍ଗପୁର (୫୫%), ବୌଦ (୫୭%) ଏବଂ କନ୍ଧମାଳ (୫୮%) ରେ ଦ୍ୱିତୀୟ ଡୋଜ୍ ଟିକାଦାନ ପାଇଁ ୍ମାନ ଦିଆଯାଇଛି । ୪ଟି ଜିଲ୍ଲାରେ ଟୀକାକରଣ ଅଭିଯାନ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଜିଲ୍ଲାପାଳ ଏବଂ ପର୍ଯ୍ୟବେକ୍ଷକମାନଙ୍କୁ କୁହାଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମ୍ମ ନିୟମିତ ସମୀକ୍ଷା କରୁଛନ୍ତି ।

ଟିକା ଅପଚୟ -୫.୫ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ଦେଶର ସର୍ବନିମ୍ନତମ, ଯାହା ଆମକୁ ୧୨.୨ ଲକ୍ଷ ଅତିରିକ୍ତ ଡୋଜ ଟିକା ଦେବାରେ ସାହାଯ୍ୟ କରିଛି । କ୍ଷେତ୍ର ସ୍ତରର ସ୍ୱାସ୍ଥ୍ୟ କର୍ମୀଙ୍କୁ ଏହାର ଶ୍ରେୟ ଯାଉଛି ବୋଲି ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ଦୁଇଟି ଡୋଜ୍‍ ଟିକା ନେବାପରେ ପ୍ରାୟ ୧୬,୦୯୮ (୦.୨୮ ପ୍ରତିଶତ) ବ୍ୟକ୍ତି କୋଭିଡ୍ ପଜିଟିଭ୍ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ କୋଭିଡ ସଂକ୍ରମଣର ବିସ୍ତୃତ ସ୍ଥିତି ପାଇବାକୁ, ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ତର‘ରୁ ସମସ୍ତ ୩ ଟି ବିଭାଗରେ ୧୨ ଟି ଜିଲ୍ଲାକୁ ନେଇ ଏକ ବ୍ୟାପକ ସେରୋ-ସର୍ଭେ ଚାଲିଛି, କିନ୍ତୁ ପୂର୍ବର ସମସ୍ତ ସେରୋ-ସର୍ଭେ ଆଇସିଏମଆର ଦ୍ୱାରା କରାଯାଇଥିଲା ।

ଦ୍ୱିତୀୟ ଲହର ପରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ସେମାନଙ୍କ ସ୍ତରର ସେରୋ-ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛି । ପାରଦର୍ଶୀତା ଥିବା ଆରଏମଆରସି ଭୁବନେଶ୍ୱରଙ୍କୁ ରାଜ୍ୟ ତର‘ରୁ ସେରୋ-ସର୍ଭେ କରିବାକୁ ଦାୟିତ୍ୱ ଦିଆଯାଇଛି । ଆରଏମ୍‍ଆରସିଙ୍କ ପରାମର୍ଶ ଅନୁଯାୟୀ, ୧୨ ଟି ଜିଲ୍ଲାକୁ ସେରୋ-ସର୍ଭେ ପାଇଁ ଚୟନ କରାଯାଇଛି । ସେହିସବୁ ଜିଲ୍ଲାଗୁଡ଼ିକ ହେଉଛି – ଖୋର୍ଧା, ପୁରୀ, ଯାଜପୁର, ମୟୂରଭଞ୍ଜ ଏବଂ ବାଲେଶ୍ୱର (କେନ୍ଦ୍ରୀୟ), ସମ୍ବଲପୁର, ଝାରସୁଗୁଡା, କେନ୍ଦୁଝର ଏବଂ ସୁନ୍ଦରଗଡ (ଉତ୍ତର) ଏବଂ କନ୍ଧମାଳ, କାଲାହାଣ୍ଡି ଏବଂ ନବରଙ୍ଗପୁର (ଦକ୍ଷିଣ) ।

ଏହି ସର୍ଭେ ଆରମ୍ଭ ହୋଇଛି ଏବଂ ଛଅଟି ଜିଲ୍ଲାରେ ନମୁନା ସଂଗ୍ରହ ସମାପ୍ତ ହୋଇଥିବାବେଳେ ଆସନ୍ତା ୧୮ ତାରିଖ ସୁଦ୍ଧା ଏହା ଶେଷ ହେବ ଏବଂ ଅକ୍ଟୋବର ପ୍ରଥମ ସପ୍ତାହ ସୁଦ୍ଧା ପରୀକ୍ଷା ଏବଂ ବିଶ୍ଳେଷଣ ସରିବ ବୋଲି ଅଧିକାରୀମାନେ କହିଛନ୍ତି । (ତଥ୍ୟ)