Home General ଆକ୍ସନ ମୁଡରେ ଗୃହ ଓ ନଗର ଉନ୍ନୟନ ବିଭାଗ

ଆକ୍ସନ ମୁଡରେ ଗୃହ ଓ ନଗର ଉନ୍ନୟନ ବିଭାଗ

355
0

ଭୁବନେଶ୍ୱର : ଦୁର୍ନୀତିଗ୍ରସ୍ତ ଓ ଅମାନିଆ ଅଫିସରଙ୍କ ବିରୁଦ୍ଧରେ ଏବେ ଗୃହ ଓ ନଗର ଉନ୍ନୟନ ବିଭାଗ ଆକ୍ସନ ମୁଡରେ । ସାମାନ୍ୟ ଅଭିଯୋଗ ପାଇଲା ମାତ୍ରେ ଗ୍ରହଣ ହେଉଛି କାର୍ଯ୍ୟାନୁଷ୍ଠାନ । ଆଗକୁ ଏହା ଜାରି ରହିବା ସହିତ ବିଭାଗ ଆହୁରି କଠୋର ହେବବୋଲି ସୂଚନା ଦେଇଛନ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନ ।

ଆଜି ବିଭାଗ ପକ୍ଷରୁ ଝାରସୁଗୁଡା ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନଙ୍କୁ ବିଭିନ୍ନ କାରଣ ପାଇଁ ନିଲମ୍ବନ କରାଯାଇଛି । ଶ୍ରୀ ପ୍ରଧାନଙ୍କ ବିରୁଦ୍ଧରେ କାର୍ଯ୍ୟରେ ଅବହେଳା, ସରକାରୀ ନିର୍ଦ୍ଦେଶନାମାର ଅବମାନନା, କାର୍ଯ୍ୟକ୍ଷେତ୍ରରେ ଖରାପ ପ୍ରଦର୍ଶନ ଏବଂ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମଗୁଡିକର ଧାର୍ଯ୍ୟଲକ୍ଷ୍ୟ ପୂରଣ ନକରିବା ଏବଂ କାର୍ଯ୍ୟ ନକରାଇବା ଆଦି ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଦୁର୍ନୀତି ବିରୁଦ୍ଧରେ ଜିରୋ ଟଲେରାନ୍ସ ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରିବାକୁ ଯାଇ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାବେଳେ ବିଭାଗ ତରଫରୁ ରାଜ୍ୟର ସମସ୍ତ ପୌର ପ୍ରଶାସନ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ପ୍ରକାଶ ।

LEAVE A REPLY

Please enter your comment!
Please enter your name here