Home General ଆଉ ଚାରି ମାସ ମାଗଣା ଚାଉଳ

ଆଉ ଚାରି ମାସ ମାଗଣା ଚାଉଳ

ଭୁବନେଶ୍ୱର : ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଆଉ ୪ମାସ ପାଇଁ ମାଗଣାରେ ଅତିରିକ୍ତ ୫ କିଲୋ ଗ୍ରାମ ଚାଉଳ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ପ୍ରତ୍ୟେକ ହିତାଧିକାରୀଙ୍କୁ କୋଭିଡ -୧୯ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଡିସେମ୍ବର ୨୦୨୧ ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ପାଇବେ ।

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ୨,୮୮,୫୨୮ ପରିବାରର ୯, ୧୫, ୫୩୨ ସଦସ୍ୟ ଉପକୃତ ହେବେ ।

ଏଥିପାଇଁ ମାସକୁ ୪,୫୭୮ ଟନ୍ ଚାଉଳ ହିସାବରୋ ରାଜ୍ୟ ପୁଲରୁ ୧୮,୩୧୦.୬୪୦ ଟନ୍ ଚାଉଳ ଯୋଗାଇ ଦିଆଯିବ ଏବଂ ଏଥିପାଇଁ ରାଜ୍ୟର ନିଜସ୍ୱ ପାଣ୍ଠିରୁ ଏ ବାବଦରେ ୬୮.୧୩ କୋଟି ଟଙ୍କା ବ୍ୟୟ ହେବ ।

ଏହା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ ଅନୁଯାୟୀ ଥିବା ହିତାଧିକାରୀଙ୍କ ସହିତ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନାମ ଲେଖାଇଥିବା ହିତାଧିକାରୀଙ୍କୁ ସମାନ ସୁବିଧା ପ୍ରଦାନ କରିବ ।