Home Finance ଆଇନ୍‌ସିଦ୍ଧ ନୁହେଁ ହୋଲ୍ଡିଂ ଓ ପ୍ରପର୍ଟି ଟ୍ୟାକ୍ସ

ଆଇନ୍‌ସିଦ୍ଧ ନୁହେଁ ହୋଲ୍ଡିଂ ଓ ପ୍ରପର୍ଟି ଟ୍ୟାକ୍ସ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଆଦାୟ କରାଯାଉଥିବା ବର୍ଦ୍ଧିତ ସଂପତି କର ଆଇନ୍‌ସିଦ୍ଧ ନୁହେଁ ବୋଲି ଓଡିଶା ଉଚ୍ଚ ନ୍ୟାୟାଳୟ ରାୟ ଦେଇଛନ୍ତି । ଏହି ବର୍ଦ୍ଧିତ କର ଓଡିଶା ମ୍ୟୁନିସିପାଲ୍ କର୍ପୋରେସନ ଆକ୍ଟ ୨୦୦୩ ର ନିୟମ ବିରୁଦ୍ଧାଚରଣ କରିବା ସହିତ ଧାରା ୬୯୪ (୩) କୁ ଭୁବନେଶ୍ୱର ମହାନଗର ନିଗମ ଜୋର ଜବରଦସ୍ତି ଲାଗୁ କରିପାରିବେ ନାହିଁ ।

ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାଶଙ୍କ ପୌରହିତ୍ୟରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନ୍‌ଗୋ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଥିଲେ ଯେ କଂଗ୍ରେସ ଏହି ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତୋଳନ କରିବା ସହିତ ଆନ୍ଦୋଳନ ମାଧ୍ୟମରେ ପ୍ରତିବାଦ ଜଣାଇଥିଲା । ତେଣୁ ଭୁବନେଶ୍ୱର ମହାନଗର ନିଗମ ଯେଉଁ ବର୍ଦ୍ଧିତ ସଂପତି କର ଜନସାଧାରଣଙ୍କ ଠାରୁ ଆଦାୟ କରିଛନ୍ତି ତାହା ଜନସାଧାରଣଙ୍କ ଶୀଘ୍ର ଫେରସ୍ତ କରାଯାଉ ।

ଭୁବନେଶ୍ୱର ମହାନଗର ନିଗମର କମିଶନର ଏବଂ ଡେପୁଟି କମିଶନର ବିଭିନ୍ନ ଗଣମାଧ୍ୟମରେ ସୂଚନା ଦେଇଥିଲେ ଯେ ଲୋକମାନେ ସ୍ୱତଃପ୍ରବୃତ ଭାବେ ଅନଲାଇନ୍ ମାଧ୍ୟମରେ ୨୨ କୋଟିରୁ ଅଧିକ ଟଙ୍କା ଆଦାୟ ହୋଇଛି ବୋଲି । ତେଣୁ ଏହାକୁ ଶୀଘ୍ର ଫେରସ୍ତ କରାଯାଉ । ଠିକ୍ ସେହିପରି ଭାବେ ଭୁବନେଶ୍ୱର ମହାନଗର ନିଗମ ଯେଉଁ ୟୁଜର୍ସ ଫି ଆଦାୟ କରୁଛି, ତାହା ମଧ୍ୟ ଆଇନ୍ ସମ୍ମତ ନୁହେଁ ।

ତେଣୁ କଂଗ୍ରେସ ଦଳ ଭୁବନେଶ୍ୱର ମହାନଗର ନିଗମର ଅଧିକାରୀବୃନ୍ଦଙ୍କୁ ଜଣାଇଦେବା ପାଇଁ ଚାହୁଁଚି ଯଥାଶୀଘ୍ର ଏହି ୟୁଜର୍ସ ଫି ଆଦାୟ ବନ୍ଦ କରନ୍ତୁ । ନଚେତ୍ କରୋନା କଟକଣା ହଟିଲା ପରେ ଜିଲ୍ଲା କଂଗ୍ରେସ ଏବଂ ରାଜ୍ୟ କଂଗ୍ରେସର ନେତୃବର୍ଗ ଏଥିପାଇଁ ଦୃଢ଼ ଭାବରେ ଆନ୍ଦୋଳନ କରିବେ ।