Home Agriculture ଅଯୋଗ୍ୟ କାଳିଆ ହିତାଧିକାରୀ

ଅଯୋଗ୍ୟ କାଳିଆ ହିତାଧିକାରୀ

462
0

ଭୁବନେଶ୍ୱର : କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ୪ହଜାର ୭୬ଜଣଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୫୬ଲକ୍ଷ ୧୪ହଜାର ୭୦୬ ବୋଲି ସୂଚନା ଦେଇଛନ୍ତି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ କୁମାର ସାହୁ ।

ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସାହୁ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଯେ କାଳିଆ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚୟନ ପାଇଁ କୃଷି ବିଭାଗ ଦ୍ୱାରା ପ୍ରାଥମିକ ସ୍ତରରେ ଡିବିଟି ତାଲିକା ଓ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ପ୍ରଦତ୍ତ ତାଲିକା ବ୍ୟବହାର ହାଇଥିଲା ।

ଯେଉଁ ମାନଙ୍କର ଆଧାର ଓ ବ୍ୟାଙ୍କ ତଥ୍ୟ ଉପଳବ୍ଧ ଥିଲା ତାହାର ଏକ ତାଲିକା ପଞ୍ଚାୟତ ସ୍ତରରେ ପ୍ରଦର୍ଶିତ କରାଯାଇଥିଲା । ଅଯୋଗ୍ୟ ବ୍ୟକ୍ତି ବିଶେଷଙ୍କ ପାଇଁ ଆପତ୍ତି ଅଭିଯୋଗ ଓ ସ୍ୱତଃ ପ୍ରବୃତ୍ତ ବାଦ୍‍ ଦେବାପାଇଁ ଲାଲ ରଙ୍ଗ ଫର୍ମରେ ଦରଖାସ୍ତ ଗ୍ରହଣ କରାଯିବା ସଂଗେ ସଂଗେ ସେମାନଙ୍କୁ ବାଦ୍‍ ଦେବାପାଇଁ ପଞ୍ଚାୟତ ନୋଡାଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଥିଲା । କାଳିଆ ଯୋଜନାରୁ ବାଦ୍‍ ପଡିଥିବା ଚାଷୀମାନଙ୍କୁ ସାମିଲ ନିମେନ୍ତ ଅନ୍‍ଲାଇନ୍‍ ମାଧ୍ୟମରେ ଆବେଦନ ଗ୍ରହଣ କରାଯାଇଥିବା ମନ୍ତ୍ରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here