Home General ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ

ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ

ଭୁବନେଶ୍ୱର : ଓଡିଶା ଚଳଚିତ୍ର ଜଗତର ଯୁବ ଅଭିନେତା ପିଣ୍ଟୁ ନନ୍ଦଙ୍କର ଗତକାଲି ହାଇଦ୍ରାବାଦରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୪୬ବର୍ଷ ବୟସ ହୋଇଥିଲା ।

ପିଣ୍ଟୁ ଲିଭର ସୋରିଆସିସ ରୋଗରେ ପୀଡିତ ହୋଇ ଦୀର୍ଘଦିନ ଚିକିତ୍ସାଧିନ ଥିଲେ । ଭୁବନେଶ୍ୱରରେ ଚିକିତ୍ସିତ ହେବାପରେ ତାଙ୍କର ଯକୃତ ପ୍ରତିରୋପଣ ଆବଶ୍ୟକ ହୋଇଥିଲା । ଏଥିପାଇଁ ପିଣ୍ଟୁଙ୍କୁ ଦିଲ୍ଲୀ ନିଆଯାଇଥିଲା । ହେଲେ ସେଠାରେ ତାଙ୍କର ଯକୃତ ପ୍ରତିରୋପଣ ପାଇଁ ଦାତା ମିଳିନଥିଲେ ।

ଏହାପରେ ପିଣ୍ଟୁଙ୍କୁ ହାଇଦ୍ରାବାଦ ସ୍ଥିତ ଯଶୋଦା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ମଧ୍ୟ ଯକୃତ ପ୍ରତିରୋପଣରେ ବିଳମ୍ବ ହୋଇଥିଲା । ଧିରେ ଧିରେ ପିଣ୍ଣୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା । ଗତକାଲି ସଂଧ୍ୟାରେ ସେ ଗୁରୁତର ହୋଇପଡିଥିବା ସୂଚନା ମିଳିଥିଲା । ଶେଷରେ ଚିକିତ୍ସାଧିନ ଅବସ୍ଥାରେ ରାତି ୧୧.୨୫ରେ ପିଣ୍ଟୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ପିଣ୍ଣୁଙ୍କ ଚିକିତ୍ସାପାଇଁ ଓଡିଶା ଚଳଚିତ୍ର ଜଗତ ଏକାଠି ହୋଇ ଅର୍ଥ ଯୋଗାଡ କରିଥିଲା । ସାଧାରଣ ଲୋକେ ମଧ୍ୟ ଏହି ଉଦୀୟମାନ କଳାକାରଙ୍କ ପାଇଁ ସହାୟତାର ହାତ ବଢାଇଥିଲେ । ହେଲେ ପିଣ୍ଟୁଙ୍କୁ ବଞ୍ଚାଯାଇ ପାରିନାହିଁ । ତାଙ୍କ ବିୟୋଗରେ କଳାକାର ଜଗତରେ ଶୋର ଛାୟା ଖେଳି ଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ପିଣ୍ଟୁଙ୍କ ପାର୍ଥିବ ଶରୀରକୁ ଭୁବନେଶ୍ୱର ଅଣାଯାଇ ଏଠାରେ ତାଙ୍କର ଶେଷକୃତ୍ୟ କରାଯିବ ।