Home Infrastructure ଅବ୍ୟବହୃତ ସମ୍ପତ୍ତି ମିଶନ ଶକ୍ତି ମହାସଂଘକୁ ହସ୍ତାନ୍ତର

ଅବ୍ୟବହୃତ ସମ୍ପତ୍ତି ମିଶନ ଶକ୍ତି ମହାସଂଘକୁ ହସ୍ତାନ୍ତର

ଭୁବନେଶ୍ୱର : ରାଜ୍ୟର  ବିଭିନ୍ନ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ମାନଙ୍କ ରେ ଥିବା ଅବ୍ୟବହୃତ ସରକାରୀ ସମ୍ପତ୍ତି କୁ  ସମ୍ପୃକ୍ତ ଜିଲ୍ଲା ର  ଜିଲ୍ଲା ,ବ୍ଳକ  ଓ ପଞ୍ଚାୟତ ସ୍ତରରେ ଥିବା  ମିଶନ ଶକ୍ତି ମହାସଂଘ ମାନଙ୍କୁ ଦୁଇ ମାସ ମଧ୍ୟରେ  ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଜିଲ୍ଲାପାଳ ମାନଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି ।

ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ  ଜିଲ୍ଲା ମାନଙ୍କ ରେ  ରହିଛି  ଅନେକ ଅବ୍ୟବହୃତ ସରକାରୀ ସମ୍ପତ୍ତି  ଯଥା ସରକାରୀ କୋଠା ,ଦୋକାନ ଘର  ଗଡ଼ିଆ ପୋଖରୀ  ଇତ୍ୟାଦି। ।ଏଗୁଡିକୂ ସମ୍ପୃକ୍ତ ଜିଲ୍ଲା ବ୍ଳକ ଓ ପଞ୍ଚାୟତ ରେ ଥିବା  ମିଶନ ଶକ୍ତି  ମହାସଂଘ ମାନଙ୍କୁ ଦିଆଗଲେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନେ ଏହାକୁ ସେ ଅଞ୍ଚଳ ର ସାମାଜିକ ଓ ଆର୍ଥିକ ବିକାଶ ରେ  ଲଗାଇ ପାରିବେ । ସାଧାରଣ ଲୋକ ଉପକାର ପାଇବେ ।ମିଶନ ଶକ୍ତି ର ମା ମାନେ ତାକୁ ଆଥିର୍କ କାର୍ଯ୍ୟ ରେ ଲଗାଇ ପାରିବେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହିଳା ମାନଙ୍କ ସଶକ୍ତିକରଣ ସବୁବେଳେ ତାଙ୍କ ସରକାର ର ପ୍ରାଥମିକତା ରହିଆସିଛି ।ମିଶନ ଶକ୍ତି ଆଜି ପରିବର୍ତନର କର୍ଣଧାର ହୋଇଛି । ମା ମାନଙ୍କ ର ଏହି ନୀରବ ଆନ୍ଦୋଳନ କୁ ଆହୁରି ମଜବୁତ କରିବା ରେ ଏହି ପଦକ୍ଷେପ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ମିଶନ ଶକ୍ତି କୁ ଏକ ସ୍ବତନ୍ତ୍ର ବିଭାଗ ର ମାନ୍ୟତା ଦେଇଛନ୍ତି । ଆମର ସତୁରୀ ଲଷ ମା ମାନଙ୍କୁ ସଶକ୍ତ କରିବାରେ ଏହି ଆହୁରି ଦଷତା ର ସହ ସେବା ଯୋଗାଇବ  ବୋଲି ଆଶା କରାଯାଏ ।