Home Environment ଅବପାତର ରୂପ ନେଲା ଲଘୁଚାପ

ଅବପାତର ରୂପ ନେଲା ଲଘୁଚାପ

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଅଂଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଉତର ତାମିଲନାଡୁ ଉପକୂଳରେ ଗୁରୁବାର ସକାଳେ ଅବପାତର ରୂପ ନେଇ ଦକ୍ଷିଣ-ପୂର୍ବ ଚେନ୍ନାଇର ୩୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଗତି କରି ଶୁକ୍ରବାର ସକାଳ ସୁଦ୍ଧା ଚେନ୍ନାଇ ନିକଟ ଦେଇ ଅତିକ୍ରମ କରିବ ବୋଲି କୁହାଯାଇଛି ।

ଏହାର ପ୍ରଭାବରେ ଆଜିଠାରୁ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକର କେତେକ ଅଂଚଳରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଏହା ଶନିବାର ପର୍ଯ୍ୟନ୍ତ ଜାରି ରହିବ । ସେହିପରି ଏହି ସମୟରେ ଉପକୂଳ ଓଡ଼ିଶାରେ ସାମାନ୍ୟ ଧରଣର ବର୍ଷା ହେବାର ଆଶଙ୍କା ଥିବା କୁହାଯାଇଛି ।

ନଭେମ୍ବର ୨୧ ରୁ ୨୪ ତାରିଖ ପର୍ଯ୍ୟନ୍ତ ଆକାଶ ମେଘାଚ୍ଛନ୍ନ ରହିବା ସହ କେତେକ ସ୍ଥାନରେ ସାମାନ୍ୟ ବର୍ଷା, ଘଡଘଡି ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ୨୪ ତାରିଖ ଠାରୁ ଆକାଶ ନିର୍ମଳ ରହିବା ସହ ୨୫ ତାରିଖରୁ ରାତିର ତାପମାତ୍ର କମିପାରେ ବୋଲି ସିଇସି ପକ୍ଷରୁ କୁହାଯାଇଛି ।