Home Education ଅଫ୍‌ଲାଇନ୍‌ ପରୀକ୍ଷାରେ ୮୦.୮୩% ପାସ

ଅଫ୍‌ଲାଇନ୍‌ ପରୀକ୍ଷାରେ ୮୦.୮୩% ପାସ

ଭୁବନେଶ୍ୱର : ଆଜି ଅଫ୍‌ଲାଇନ୍‌ରେ ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳାଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନୁଷ୍ଠିତ ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ୬୬୨୦ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବାବେଳେ ଏଥି ମଧ୍ୟରୁ ୫୨୩୩ ଜଣ ବିଦ୍ୟାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।

ଏହି ପରୀକ୍ଷାରେ ପାସ ହାର ୮୦.୮୩ ପ୍ରତିଶତ ରହିଛି । ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ୩୧୦୦ ଜଣ ଛାତ୍ର ରହିଥିବାବେଳେ ୨୧୩୩ ଜଣ ଛାତ୍ରୀ ରହିଛନ୍ତି । କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୪୨ ଜଣ ‘ଏ୧’ ଗ୍ରେଡ୍‌ରେ, ୨୫୫ ଜଣ ‘ଏ୨’ ଗ୍ରେଡ୍‌ରେ, ୩୪୮ ଜଣ ‘ବି୧’ ଗ୍ରେଡ୍‌ରେ, ୪୫୮ ଜଣ ‘ବି୨’ ଗ୍ରେଡ୍‌ରେ, ୫୯୯ ଜଣ ‘ସି’ ଗ୍ରେଡ୍‌ରେ, ୮୪୬ ଜଣ ‘ଡି’ ଗ୍ରେଡ୍‌ରେ, ୨୬୮୫ ଜଣ ‘ଇ’ ଗ୍ରେଡ୍‌ରେ ଏବଂ ୧୪୧ ଜଣ ‘ଏଫ୍‌’ ଗ୍ରେଡ୍‌ରେ ପାସ କରିଛନ୍ତି ।

ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ୨୦୨୧ରେ ୮୪୯୧ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବା ପାଇଁ ଆବେଦନ କରିଥିବାବେଳେ ସେଥି ମଧ୍ୟରୁ ୬୩୦୯ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ପାସ ହାର ୭୪.୩ ପ୍ରତିଶତ ରହିଛି ।