Home News in Odia ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି ବିଜେପି

ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି ବିଜେପି

ଭୁବନେଶ୍ୱର : ବିରୋଧି ବିଜେପି ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି । ମୋ ହାତକୁ ନେଇ ଯେଉର୍ ଆଲୋଚନା ଆଲୋଚନା କରୁଛନ୍ତି ତାହା ଠିକ୍‍ ନୁହେଁ ।

ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିବା ସମୟରେ ତାଙ୍କ ହାତ ଥରିବା ଓ ଏହାକୁ ଦଳର ନେତା କାର୍ତ୍ତିକ ପାଣ୍ଡିଆନ ଧରିବା ଭିଡିଓକୁ ବିଜେପି ସୋସିଆଲ ମିଡିଆରେ ଛାଡିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ବକ୍ତବ୍ୟ ରଖିଛନ୍ତି ।

ଏଭଳି ଭିଡିଓକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଟୁଇଟ୍‍ କରିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଏଭଳି ଭିଡିଓ ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ଶ୍ରୀ ବିଶ୍ୱଶର୍ମା ଟୁଇଟ୍‍ କରିଛନ୍ତି ।

ଏହାପରେ ବିଜେପିର ସଂଖ୍ୟାଧିକ ନେତା ଓ ମିଡିଆସେଲ୍‍ ପକ୍ଷରୁ ଏହି ଭିଡିଓଙ୍କୁ ସେୟାର କରାଯାଉଛି । ଏପରିକି କିଛି ଗଣମାଧ୍ୟମରେ ମଧ୍ୟ ଏହା ଖବର ଆକାରରେ ପ୍ରସାରଣ ହେଉଛି ।

ତେବେ ଏଭଳି ଭିଡିଓ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ଭିଡିଓ ଜାରି କରି ଅସନ୍ତୋଷ ବ୍ୟକ୍ତ କରିବା ସହିତ ବିରୋଧିଙ୍କୁ କଟାକ୍ଷ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୁଁ ଜାଣିଛି ବିଜେପି ଅପ୍ରସଙ୍ଗକୁ ପ୍ରସଙ୍ଗ କରିବା ସହିତ ମୋ ହାତକୁ ନେଇ ଆଲୋଚନା ଚଳାଇଛି । ଏହା ଆଦø ଠିକ୍‍ ନୁହେଁ । ମୁଖ୍ୟମନ୍ତ୍ରୀ ଏହା କହିବା ସମୟରେ ତାଙ୍କ ବାମ ହାତକୁ ମଧ୍ୟ ଟେବୁଲ ଉପରେ ଦୁଇଥର ବାଡେଇବା ଦେଖିବାକୁ ମିଳିଛି ।