Home Education ଅନ୍‍ଲକ-୬ରେ ଖୋଲିବ ସ୍କୁଲ

ଅନ୍‍ଲକ-୬ରେ ଖୋଲିବ ସ୍କୁଲ

ଅନଲକ୍ -୬ ଘୋଷଣା ସହିତ, ରାଜ୍ୟ ସରକାର ୧୫ ନଭେମ୍ବର ପରେ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଆଂଶିକ ଖୋଲିବାକୁ ଅନୁମତି ଦେଇଛନ୍ତି । ତେବେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (ଏସ୍‍ଓପି) ଏବଂ ବିଦ୍ୟାଳୟ ଖୋଲିବା ପାଇଁ ର୍ନିଦ୍ଦିଷ୍ଟ ତାରିଖ ଘୋଷଣା କରିବ । ରାଜ୍ୟର ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ୩୦ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ ରହିବ ।

ଏହି ବିଜ୍ଞପ୍ତିଗୁଡ଼ିକ ‘ଅନଲକ୍-୬’ ‘ଗାଇଡଲାଇନର ଏକ ଅଂଶ, ଯାହା ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା । କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି କୋଚିଂ ସେଣ୍ଟର ସମେତ ଶିକ୍ଷାନୁଷ୍ଠାନଗୁଡିକ ମାର୍ଚ୍ଚରୁ ବନ୍ଦ ରହିଛି ।

ବିଜ୍ଞପ୍ତିରେ କୁହାଯାଇଛି ଯେ, ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ହେବା ସତ୍ୱେ ଅଧିକାରୀମାନଙ୍କୁ ପରୀକ୍ଷା (ଶିକ୍ଷାନୁଷ୍ଠାନ, ପ୍ରତିଯୋଗିତାମୂଳକ ଏବଂ ପ୍ରବେଶିକା ପରୀକ୍ଷା), ମୂଲ୍ୟାଙ୍କନ ଏବଂ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟକଳାପ କରିବାକୁ ଅନୁମତି ଦିଆଯାଇଛି ।

ଅନଲାଇନ୍ ପାଠପଢାକୁ ଅନୁମତି ଦିଆଯିବ ଏବଂ ଉତ୍ସାହିତ କରାଯିବ ବୋଲି ଏଥିରେ କୁହାଯାଇଛି ଯେ ସଂପୃକ୍ତ ବିଭାଗ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କୁ ଅନଲାଇନ୍ କ୍ଲାସ୍ ପାଇଁ ବିଦ୍ୟାଳୟକୁ ଡାକିବାକୁ ଅନୁମତି ଦିଆଯାଇପାରେ ।

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନଗୁଡିକ କେବଳ ପିଏଚଡି ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପାଠ୍ୟକ୍ରମରେ ଖୋଲିବାକୁ ଅନୁମତି ଦିଆଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

ଧର୍ମପୀଠଗୁଡିକୁ ଖୋଲିବା ବିଷୟରେ ରାଜ୍ୟ ସରକାର କହିଛନ୍ତି ଯେ କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ କର୍ତ୍ତୃପକ୍ଷ ଉପଯୁକ୍ତ ପ୍ରତିବନ୍ଧକ ଏବଂ ସୁରକ୍ଷା ପ୍ରୋଟୋକଲ ସହିତ ଏପରି ଅନୁମତି ପ୍ରଦାନ କରିପାରିବେ ।

ସିନେମା ହଲ୍, ସୁଇମିଂ ପୁଲ୍, ମନୋରଞ୍ଜନ କମ୍ପେ୍ଲକ୍ସ, ପ୍ରେକ୍ଷାଳୟ, ଅଡିଟୋରିୟମ୍ ଏବଂ ସମାନ ସ୍ଥାନ ବନ୍ଦ ରହିବ । ପରବର୍ତ୍ତୀ ମୂଲ୍ୟାଙ୍କନ ଉପରେ ୧୬ ନଭେମ୍ବରରେ ଏହି ପ୍ରତିଷ୍ଠାନଗୁଡିକ ଖୋଲିବା ପାଇଁ ଉପଯୁକ୍ତ ନିଷ୍ପତ୍ତି ନିଆଯିବ ବୋଲି ନିର୍ଦ୍ଦେଶରେ କୁହାଯାଇଛ । ସ୍ୱାସ୍ଥ୍ୟ ପ୍ରୋଟୋକଲ ଅନୁପାଳନ ଅନୁଯାୟୀ ମୁକ୍ତାକାଶ ରଙ୍ଗମଞ୍ଚ ଏବଂ ସମାନ ସ୍ଥାନଗୁଡିକ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇପାରେ ।

ସେହିଭଳି ସର୍ବାଧିକ ୨୦୦ ଜଣଙ୍କୁ ବିବାହ ସମାବେଶରେ ଅନୁମତି ଦିଆଯିବ ଏବଂ ଅନ୍ତିମ ସଂସ୍କାରରେ ୫୦ ରୁ ଅଧିକ ବ୍ୟକ୍ତିଙ୍କୁ ଅନୁମତି ଦିଆଯିବ ନାହିଁ ବୋଲି ଏଥିରେ କୁହାଯାଇଛିା ନଭେମ୍ବର ୩୦ ପର୍ଯ୍ୟନ୍ତ ବଡ ବଡ ସାମାଜିକ କାର୍ଯ୍ୟକ୍ରମ, ରାଜନୈତିକ ସମାବେଶ, କ୍ରୀଡା, ଧାର୍ମିକ କାର୍ଯ୍ୟକ୍ରମୁ ନିଷେଧ କରାଯାଇଛି । ତେବେ ରାଜ୍ୟ ଭିତରେ ରାଜ୍ୟ ବାହାକୁ ଯିବା ଆସିବାରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି ।