Home General ୧୪୯ ସମ୍ପାଦକ ନିଲମ୍ବିତ

୧୪୯ ସମ୍ପାଦକ ନିଲମ୍ବିତ

79
0

ଭୁବନେଶ୍ୱର : ଧାନକିଣା ଅନିୟମିତତା ସହିତ ଅନ୍ୟାନ୍ୟ ରେଫେର ଅଭିଯୋଗରେ ୧୪୯ ସମିତି ସମ୍ପାଦକ ନିଲମ୍ବିତ ହୋଇଥିବାବେଳେ ୧୯ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଆବଶ୍ୟକ ସ୍ଥଳେ ଏମାନଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ ବି ହେଉଛି ।

ବିଧାୟକ ମୁକେଶ ମହାଲିଙ୍ଗଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ୩୦ଟି ଜିଲ୍ଲାରେ ୨୭୧୦ଟି ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟ କରୁଛି । ଏଥିରୁ ୧୫୬ ସମିତିର ୧୬୦ଜଣ ସମ୍ପାଦକ/ ପରିଚାଳନା ନିର୍ଦ୍ଦେଶକ / ଭାରପ୍ରାପ୍ତ ସମ୍ପାଦକ/ ଭାରପ୍ରାପ୍ତ ପରିଚାଳନା ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଧାନକିଣାରେ ଅନିୟମିତତା ସହିତ ଆର୍ଥିକ ହେରଫେର ଭଳି ଅଭିଯୋଗ ଆସିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଏହି ୧୬୦ଜଣ ସମିତି ସମ୍ପାଦକଙ୍କ ମଧ୍ୟରୁ ୧୪୯ଜଣ ନିଲମ୍ବିତ ହୋଇଥିବାବେଳେ ୬ଜଣଙ୍କୁ ଚାକିରିରୁ ବହିଷ୍କାର, ୧୯ଜଣଙ୍କ ବିରୁଦ୍ଧରେ ଏଫ୍‍ଆଇରଓ ୩୨ଜଣଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯେକୌଣସି ସମ୍ପାଦକଙ୍କ ଦ୍ୱାରା ସମିତିର ସମ୍ପତ୍ତି କ୍ଷତି ଓ ଦୁର୍ନୀତି ହୋଇଥିଲେ ସେମାନଙ୍କ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଆବଶ୍ୟକ ସ୍ଥଳେ ଫୌଜଦାରୀ ମାମଲା ରୁଜୁ ମଧ୍ୟ କରାଯାଉଥିବା ମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here