Home Education ଅନଲାଇନ କ୍ଳାସ ବନ୍ଦ କରିବା ଦୁର୍ଭାଗ୍ୟଜନକ

ଅନଲାଇନ କ୍ଳାସ ବନ୍ଦ କରିବା ଦୁର୍ଭାଗ୍ୟଜନକ

ଭୁବନେଶ୍ୱର : କରୋନା ପରିସ୍ଥିତିରେ ଅନ୍‍ଲାଇନ୍‍ ପାଠପଢା ବନ୍ଦ କରି ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ସହ ଖେଳୁଛନ୍ତି ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାରଙ୍କ ନୀତି ନିଷ୍ପତିରେ ସାରା ରାଜ୍ୟର ଛାତ୍ର ଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଅନଲାଇନ ପାଠପଢ଼ା ଯାହାକି କରୋନା ସମୟରେ ଉପଯୋଗୀ ହୋଇପାରିବ ତାହା ଉପରେ ସରକାର ଗୁରୁତ୍ୱ ଦେଉ ନାହାଁନ୍ତି । ଏ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୂଷୁଡ଼ି ପଡ଼ିଲାଣି । ବର୍ଷସାରା ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି । ଏପଟେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ମେ ୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ହେବ ଏବଂ ଏଥିରେ ସେ ସ୍ପଷ୍ଟଭାବେ ସୂଚାଇଛନ୍ତି ଯେ ଅନଲାଇନ ପରୀକ୍ଷା ବା କ୍ଲାସ ହୋଇ ପାରିବ ନାହିଁ ।

ବର୍ଷସାରା ଅନଲାଇନ/ ଅଫଲାଇନ କ୍ଲାସ ଠିକ ଭାବେ ହୋଇପାରି ନାହିଁ ଏବଂ ଏବେ ସରକାର ଅନଲାଇନ କ୍ଲାସ ଗୁଡ଼ିକୁ ବନ୍ଦ କରିଦେଲେ । କୋର୍ସ (ପାଠ୍ୟକ୍ରମ) ସରିନାହିଁ । ଅନ୍ୟ ପକ୍ଷରେ କେନ୍ଦ୍ର ସରକାରଙ୍କ ଶିକ୍ଷାମନ୍ତ୍ରଳାୟ ପକ୍ଷରୁ ସଚ୍ଚିବ ଅମିତ ଖାରେ ମେ ୩ ତାରିଖରେ ସ୍ପଷ୍ଟ ଭାବେ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଅଫଲାଇନ ପରୀକ୍ଷା ବନ୍ଦ ହେବ ମାତ୍ର ଅନଲାଇନ ବ୍ୟବସ୍ଥାରେ ପରୀକ୍ଷା ଏବଂ ଅନ୍ୟାନ୍ୟ କାର୍ଯ୍ୟ ଚାଲୁ ରହିବ ।

ଆଶ୍ଚର୍ଯ୍ୟର କଥା ଏହିକିଯେ ରାଜ୍ୟ ସରକାର ଛାତ୍ରଛାତ୍ରୀ ମାନଙ୍କର ପାଠ୍ୟକ୍ରମ ଗୁଡ଼ିକ ସମାପ୍ତ ନକରି ଅନଲାଇନ କ୍ଳାସ ବନ୍ଦ କରିଦେଲେ ଏବଂ ଗ୍ରୀଷ୍ମ ଛୁଟି ଘୋଷଣା କରିଦେଲେ । ରାଜ୍ୟ ସରକାର ତୁରନ୍ତ ଅନଲାଇନ କ୍ଲାସ ଅ।।ରମ୍ଭ କରନ୍ତୁ ବୋଲି ଶ୍ରୀ ନୱାଜ ଦାବି କରିଛନ୍ତି ।