Home Judiciary ଅଦାଲତଙ୍କ ରାୟକୁ ଅଗ୍ରାଧିକାର ଦିଆଯିବ

ଅଦାଲତଙ୍କ ରାୟକୁ ଅଗ୍ରାଧିକାର ଦିଆଯିବ

ଠିକ୍‌ ସମୟରେ ମାନ୍ୟବର ଅଦାଲତଙ୍କ ରାୟକୁ କାର୍ଯ୍ୟକାରୀ କରିବାକୁ ଅଗ୍ରାଧିକାର ଦେବା ଓ ଆବଶ୍ୟକ ସ୍ଥଳେ ଆଇନ ବିଭାଗର ମତାମତ ନେଇ ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି ।

ଯେଉଁ ଅଧିକାରୀମାନେ ମକଦ୍ଦମାଗୁଡ଼ିକୁ ବିଳମ୍ବରେ ପେଶ୍‌ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି । ଏଥି ସହିତ ସରକାରଙ୍କ ‘ମୋ ସରକାର’ ଅଭିଯାନର ନିର୍ଦ୍ଦେଶାନୁଯାୟୀ ସରକାରୀ କାର୍ଯ୍ୟ କରୁନଥିବା ଓ କର୍ତ୍ତବ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କୁ ବରଖାସ୍ତ କରାଯିବ ଓ ଭଲ କାମ କରୁଥିବା ଅଧିକାରୀଙ୍କୁ ସମୟ ଆଗରୁ ପଦୋନ୍ନତି ଦିଆଯିବ ବୋଲି ସଚିବ ଶ୍ରୀ ସାହୁ ପ୍ରକାଶ କରିଥିଲେ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବର୍ତ୍ତମାନ ବିଭିନ୍ନ ନ୍ୟାୟାଳୟରେ ୨୯ ହଜାର ୬୪୪ ଗୋଟି ମାମଲା ବିଚାରାଧୀନ ଅଛି । ବିଗତ ୨୦୧୮ ମସିହାରୁ ଇଣ୍ଟିଗ୍ରେଟେଡ୍‌ ଲିଗାଲ୍‌ ମନିଟରିଂ ସିଷ୍ଟମ୍‌ (ଆଇଏଲ୍‌ଏମ୍‌ଏସ୍‌) ଜରିଆରେ ବିଭିନ୍ନ କେଶଗୁଡ଼ିକରେ ରିଅଲ୍‌ ଟାଇମ୍‌ ଷ୍ଟାଟସ୍‌, ବ୍ଲକ୍‌ ଶିକ୍ଷା ଅଧିକାରୀଠାରୁ ବିଭାଗ ପର୍ଯ୍ୟନ୍ତ ଅପ୍‌ଡେଟ୍‌
କରାଯାଉଛି । ଏହି ସମୟୋଚିତ ପଦକ୍ଷେପ ଯୋଗୁଁ ବିଭାଗର କେଶ୍‌ ସଂଖ୍ୟା ମାତ୍ର ଦୁଇ ବର୍ଷ ମଧ୍ୟରେ ୬୫ ହଜାରରୁ୨୯ ହଜାର ୬୪୪କୁ କମାଯାଇ ପାରିଛି ।

ମାତ୍ର ଗତ ସପ୍ତାହରେ କିଛି ଅଧିକାରୀଙ୍କର ଅବହେଳା ବଶତଃ ଅଦାଲତ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାକୁ ଗୁରୁତ୍ୱର ସହ ବିଚାରକୁ ନେଇ ବିଭାଗୀୟ ସଚିବ ସମସ୍ତ ବିଭାଗୀୟ ପଦାଧିକାରୀ, ସରକାରୀ ଓକିଲ ଓ ଜିଲ୍ଲା ଶିକ୍ଷାଧିକାରୀମାନଙ୍କର ସାପ୍ତାହିକ ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି । 

LEAVE A REPLY

Please enter your comment!
Please enter your name here