Home Administration ଅଖିଳେଶ୍ୱର ହେଲେ ଜଗତ୍‍ସିଂହପୁର ଏସ୍‍ପି

ଅଖିଳେଶ୍ୱର ହେଲେ ଜଗତ୍‍ସିଂହପୁର ଏସ୍‍ପି

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇପିଏସ୍‍ ଅଫିସର ସ୍ତରରେ ଅଦଳ ବଦଳ କରିଥିବାବେଳେ ୨୦୦୯ ବ୍ୟାଚ୍‍ ଆଇପିଏସ୍‍ ଅଖିଳେଶ୍ୱର ସିଂହଙ୍କୁ ଜଗତସିଂହପୁର ଏସ୍‍ପି ଭାବେ ବଦଳି କରିଛନ୍ତି । ଶ୍ରୀ ସିଂହ ଏସଓପି କମାଣ୍ଡାଣ୍ଟ ଭାବେ ଦାୟିତ୍ୱ ତୁଲାଉଥିଲେ । ଜଗତ୍‍ସିଂହପୁର ଏସ୍‍ପି ଥିବା ୨୦୦୮ ବ୍ୟାଚ୍‍ ଆଇପିଏସ୍‍ ପ୍ରକାଶ ଆରଙ୍କୁ ଭିଜିଲାନ୍ସକୁ ବଦଳି କରାଯାଇଛି ।

ସେହିଭଳି କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୧୯୯୮ ବ୍ୟାଚ୍‍ ଆଇପିଏସ୍‍ ଏସ୍‍. ଦେବ ଦତ୍ତ ସିଂହଙ୍କୁ ପୁଲିସ୍‍ ମୁଖ୍ୟାଳୟରେ ଆଇଜି ପାହ୍ୟାରେ ନିଯୁକ୍ତି ଦିଆଯାଇଛି ।

୨୦୧୩ ବ୍ୟାଚ୍‍ ଆଇପିଏସ୍‍ ପି.ଏସ୍‍.ପୁରୁଷୋତ୍ତମଦାସଙ୍କୁ ନବରଙ୍ଗପୁର ଏସ୍‍ପି ଭାବେ ବଦଳି କରାଯାଇଛି । ଶ୍ରୀ ପୁରୁଷୋତ୍ତମଦାସ ମୟୁରଭଞ୍ଜ ଏସ୍‍ପି ଭାବେ ଦାୟିତ୍ୱ ତୁଲାଉଥିଲେ । ୨୦୧୬ ବ୍ୟାଚ୍‍ ଆଇପିଏସ୍‍ କେ.ଆର.ଜ୍ଞାନଦେଓଙ୍କୁ ମୟୁରଭଞ୍ଜ ଏସ୍‍ପି ଭାବେ ବଦଳି କରରାଯାଇଛି । ଶ୍ରୀ ଜ୍ଞାନଦେଓ ମାଲକାନଗିରି ଏସ୍‍ପି ଭାବେ ଦାୟିତ୍ୱ ତୁଲାଉଥିଲେ ।

୨୦୧୭ ବ୍ୟାଚ୍‍ ଆଇପିଏସ୍‍ ପି.ଏସ.ମିନାଙ୍କୁ ମାଲକାନଗିରି ଏସ୍‍ପି ଭାବେ ବଦଳି କରାଯାଇଛି । ଶ୍ରୀ ମିନା ନବରଙ୍ଗପୁର ଏସ୍‍ପି ଭାବେ ଦାୟିତ୍ୱ ତୁଲାଉଥିଲେ

LEAVE A REPLY

Please enter your comment!
Please enter your name here