Home Education ୧୨ରୁ ଯୁକ୍ତଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ

୧୨ରୁ ଯୁକ୍ତଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ଅଗଷ୍ଟ ୧୨ ତାରିଖରୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ନାମଲେଖା ପାଇଁ ଥିବା ସାମ୍‍ସ ୱେବସାଇଟ୍‍ ସେହିଦିନ ଠାରୁ ଖୋଲିବ ଏବଂ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ମନ୍ତ୍ରୀ କହିଛନ୍ତି ଯେ ଚଳିତବର୍ଷ ରେକର୍ଡ ପାଶ୍‍ ହାରକୁ ଦେଖି ଉଭୟ କଳା, ବିଜ୍ଞାନ ଓ ବାଣିଜ୍ୟରେ ଆସନ ସଂଖ୍ୟା ବୃଦ୍ଧି କରାଯାଇଛି । କଳାରେ ୪୦ହଜାର ଆସନ ବୃଦ୍ଧିପାଇଁ ଆବେଦନ ଆସିଥିବାବେଳେ ଏଥିରୁ ୩୮ହଜାରକୁ ଅନୁମତି ମିଳିଛି । ସେହିଭଳି ବିଜ୍ଞାନରେ ୨୫ହଜାର ଆସନ ପାଇଁ ଆବେଦନ ଆସିଥିବାବେଳେ ୧୩ହଜାର ଓ ବାଣିଜ୍ୟ ପାଇଁ ୪ହଜାର ଆବେଦନ ଆସିଥିବାବେଳେ ସେଥିରୁ ୩୯୦୦କୁ ଅନୁମତି ପ୍ରଦାନ କରାଯାଇଛି ।

ଚଳିତବର୍ଷ ଦଶମ ଶ୍ରେଣୀରେ ବିନା ପରୀକ୍ଷାରେ ରେକର୍ଡ ସଂଖ୍ୟା ପ୍ରାୟ ୯୮ ପ୍ରତିଶତ ଛାତ୍ରଛାତ୍ରୀ ପାଶ୍‍ କରିଥିବାରୁ ଏମାନଙ୍କ ନାମଲେଖା ନେଇ ସମସ୍ୟା ଦେଖାଦେଇଥିଲା । ବିଶେଷକରି କଲେଜଗୁଡିକରେ ଥିବା ଆସନ ତୁଳନାରେ ଅଧିକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାରୁ ଆସନସଂଖ୍ୟା ବୃଦ୍ଧି ପରେ ନାମଲେଖା ପ୍ରକ୍ରିୟା ଆରମ୍ଭ ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ ।

ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଯୁକ୍ତ ଦୁଇ ନାମଲେଖା ଫି ବୃଦ୍ଧି ପାଇବ ନାହିଁ । ପୂର୍ବବର୍ଷ ହାରରେ ଫି ଦେଇ ଛାତ୍ରଛାତ୍ରୀମାନେ ନାମ ଲେଖାଇବେ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।