Home Cooperation ମାର୍କେଟ ୟାର୍ଡରେ ଭିତ୍ତିଭୂମି ସୃଷ୍ଟି ପାଇଁ ନିର୍ଦ୍ଦେଶ

ମାର୍କେଟ ୟାର୍ଡରେ ଭିତ୍ତିଭୂମି ସୃଷ୍ଟି ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର : ଆଜି ନିୟନ୍ତ୍ରିତ ମାର୍କେଟିଂ ସୋସାଇଟି (ଆରଏମସି) କେନ୍ଦୁପାଟଣା  ଏବଂ ନରସିଂହପୁର ଉପରେ ଏକ ସମୀକ୍ଷା ବୈଠକ  ଅନୁଷ୍ଠିତ ହୋଇଥିଲା । ମାର୍କେଟ ୟାର୍ଡରେ ଉପଲବ୍ଧ ବିଦ୍ୟମାନ ଭିତ୍ତିଭୂମି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ମାର୍କେଟ ୟାର୍ଡ ପ୍ରତିଷ୍ଠା ପାଇଁ କେଉଁ କେଉଁ ବ୍ଲକ୍ ଅନ୍ତର୍ଭୂକ୍ତ କରାଯାଇ ନାହିଁ, ଏହାର ମାର୍କେଟିଂ ଚ୍ୟାନେଲ ଅଧୀନରେ ଉପଲବ୍ଧ କୃଷିଜାତ ଦ୍ରବ୍ୟ, ପ୍ରସ୍ତାବିତ ଭିତ୍ତିଭୂମି ସୃଷ୍ଟି ପାଇଁ କାର୍ଯ୍ୟ ଯୋଜନା, ଆରଏମସି ତରଫରୁ  ନିଆଯାଇଥିବା ପଦକ୍ଷେପ , ଇଣ୍ଟିଗ୍ରେଟେଡ୍ ପ୍ୟାକ୍ ହାଉସ୍ ନିର୍ମାଣ, ବିଭିନ୍ନ ସୁବିଧାଗୁଡ଼ିକର ଉନ୍ନତି ପାଇଁ  ଯୋଜନା ପ୍ରସ୍ତୁତ ଉପରେ ଆଲୋଚନା କରାଯାଇଛି I 

ଉଭୟ ଆରଏମସି ଇ-ନାମ୍ ସହିତ ଏକୀଭୂତ ହୋଇଛି I କୁଳିଆରେ ଆରଏମସି କେନ୍ଦୁପାଟଣାର ମୁଖ୍ୟ ବଜାର ପ୍ରାଙ୍ଗଣର ଉପଯୁକ୍ତ ଉପଯୋଗ ଏବଂ ସିଡିଏ କୃଷକ ବଜାରର ସୁବିଧାର ସୁଯୋଗ ବିକାଶ ଉପରେ ଆଲୋଚନା ହୋଇଥିଲା।

ଖାଦ୍ୟ ଯୋଗାଣ ଓ  ଖାଉଟି କଲ୍ୟାଣ , ସମବାୟ , ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧକ୍ଷତାରେ  ଅନୁଷ୍ଠିତ  ଉକ୍ତ ବୈଠକରେ ବିଧାୟକ  ଦେବୀ ପ୍ରସାଦ ମିଶ୍ର ,  ସମବାୟ ବିଭାଗ ପ୍ରମୁଖ  ସଚିବ ସଞ୍ଜୀବ କୁମାର ଚଢା ,ରେଜିଷ୍ଟର କୋଅପରେଟିଭ୍ ସୋସାଇଟି ଉଦ୍ଧବ ଚରଣ ମାଝୀ, , ଜିଏମ୍ ଓଏସ୍ଏମ୍ ବୋର୍ଡ ଧରିତ୍ରି ମିଶ୍ର ,  ଏଜିସିଏସ ପି.କେ.ପଟ୍ଟନାୟକ , ଉପଜିଲାପାଳ କଟକ କମଳଜିତ ମିଶ୍ରଙ୍କ ସମେତ ଅନ୍ୟାନ ବିଭାଗୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ I