Home Administration ପୁଣି ବଢିଲା ଲକ୍‍ଡାଉନ୍‍

ପୁଣି ବଢିଲା ଲକ୍‍ଡାଉନ୍‍

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଲକ୍‍ଡାଉନ୍‍ କଟକଣାକୁ ପୁଣିଥରେ ବଢାଇଛନ୍ତି । ଏହା ଜୁନ୍‍ ୧୭ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବଲବତ୍ତର ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ପ୍ରଥମେ ମଇ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍‍ଡାଉନ୍‍ ଜାରି ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ମଇ ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

ଲକ୍‍ଡାଉନ୍‍ ସହିତ ପୂର୍ବଭଳି ସପ୍ତାହନ୍ତ ସଟ୍‍ଡାଉନ୍‍ ଜାରି ରହିବ । ସେହିଭଳି ଅନ୍ୟାନ୍ୟ କଟକଣା ବି ପୂର୍ବଭଳି ବଳବତ୍ତର ରହିବ । ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନଗୁଡିକ ପୂର୍ବଭଳି ସକାଳ ୭ଟାରୁ ୧୧ପର୍ଯ୍ୟନ୍ତ ଖୋଲା ରହିବ । ତେବେ ସୁନ୍ଦରଗଡ, ନୂଆପଡା ଓ ଗଜପତି ଜିଲ୍ଲାରେ କଟକଣାରେ କିଛି କୋହଳ ସହିତ ଏହି ସମୟସୀମା ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଲାଗୁ ହେବ ।

ତେବେ ଓଡିଶାର ଗଣପର୍ବ ରଜ ଏହି କଟକଣା ଅବଧି ମଧ୍ୟରେ ରହୁଛି । ଏହାପୂର୍ବରୁ ସାବିତ୍ରୀ ପଡୁଥିବାରୁ ଉଭୟ ପର୍ବରେ ଦୋକାନ ବଜାରରେ ପ୍ରବଳ ଜନଗହଳି ହୋଇଥାଏ । ଜନଗହଳି ଯୋଗୁଁ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ଥିବାରୁ ସରକାରଙ୍କ ଏଭଳି କଟକଣା ଏହାକୁ ଅନେକାଂଶରେ ରୋକିପାରିବ ।

ସେହଭଳି ପୂର୍ବଭଳି ବିବାହ ଓ ବ୍ରତୋପନୟନ ଆଦି ଉତ୍ସବରେ ସର୍ବାଧିକ ୨୫ଜଣ ଓ ଶୁଦ୍ଧିକ୍ରିୟାରେ ୨୦ଜଣଙ୍କ ପାଇଁ ଅନୁମତି ମିଳିବ । ପୂର୍ବ ନିର୍ଦ୍ଦେଶନାମା ଅନୁଯାୟୀ ବିବାହ ଉତ୍ସବରେ ଯୋଗଦେଉଥିବା ସମସ୍ତ ବ୍ୟକ୍ତିଙ୍କ ସୂଚନା ସ୍ଥାନୀୟ ପ୍ରଶାସନକୁ ଦିଆଯିବ ।