Home Election ନିର୍ବାଚନ ପ୍ରଚାର କରୁଛନ୍ତି ଆଇଏଫ୍‍ଏସ୍‍ ଅଧିକାରୀ

ନିର୍ବାଚନ ପ୍ରଚାର କରୁଛନ୍ତି ଆଇଏଫ୍‍ଏସ୍‍ ଅଧିକାରୀ

ଭୁବନେଶ୍ୱର : ସମ୍ବଲପୁର ସଂସଦୀୟ କ୍ଷେତ୍ରର ବିଜେପି ପ୍ରାର୍ଥୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ପ୍ରଚାରରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି ଆମେରିକାର ନ୍ୟୁୟର୍କସ୍ଥିତ ଭାରତୀୟ କନ୍‌ସୁଲେଟ୍ ଜେନେରାଲ ଭାବେ କାର୍ଯ୍ୟରତ ଆଇଏଫ୍‌ଏସ୍ ଅଧିକାରୀ ଶ୍ରୀ ବିନୟ ଶ୍ରୀକାନ୍ତ ପ୍ରଧାନ । ଏଭଳି କରି ସମ୍ପୃକ୍ତ ଆଇଏଫ୍‍ଏସ୍‍ ଅଧିକାରୀ ସରକାରୀ ଆଚରଣ ବିଧିର ଘୋର ଉଲ୍ଲଙ୍ଘନ କରିଥିବା କହିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ ପାତ୍ର ।

ଗଣମାଧ୍ୟମକୁ ସମ୍ବୋଧନ କରି ଡକ୍ଟର ପାତ୍ର କହିଛନ୍ତି ଯେ ଆମେରିକାର ନ୍ୟୁୟର୍କସ୍ଥିତ ଭାରତୀୟ କନ୍ ସୁଲେଟ୍ ଜେନେରାଲ୍ ଅଫ୍ ଇଣ୍ଡିଆର କନସୁଲ ଜେନେରାଲ ବିନୟ ଶ୍ରୀକାନ୍ତ ପ୍ରଧାନ ସମ୍ବଲପୁର ସଂସଦୀୟ ର୍ନିବାଚନମଣ୍ଡଳୀ ସୀମା ମଧ୍ୟରେ ରହି ମାନ୍ୟବର କେନ୍ଦ୍ରମନ୍ତ୍ରୀ ତଥା ଓଡ଼ିଶା ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ର୍ନିବାଚନ ପ୍ରଚାର ପରିଚାଳନା କରୁଛନ୍ତି । ଆଦର୍ଶ ଆଚରଣ ବିଧି ଏବଂ ମାନ୍ୟବର ର୍ନିବାଚନ ଆୟୋଗଙ୍କ ଗାଇଡଲାଇନକୁ ଉଲ୍ଲଂଘନ କରିଛନ୍ତି । ଏ ନେଇ ୨୦୨୪ ଏପ୍ରିଲ ୨୪ତାରିଖରେ ଭାରତର ମୁଖ୍ୟ ର୍ନିବାଚନ କମିଶନର, ର୍ନିବାଚନ କମିଶନର ଏବଂ ଭାରତ ସରକାରଙ୍କ କ୍ୟାବିନେଟ୍ ସଚିବ ଏବଂ ବୈଦେଶିକ ସଚିବଙ୍କୁ ଅବଗତ କରାଯାଇଥିଲା ।

୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଥିବା ବେଳେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଫ୍ ଅଫ୍ ଷ୍ଟାଫ୍ (ଓଏସଡି/ବ୍ୟକ୍ତିଗତ ସଚିବ) ଭାବେ କାର୍ଯ୍ୟ କରୁଥିବା ବିନୟ ଶ୍ରୀକାନ୍ତ ପ୍ରଧାନ ଏବେ ବି ତାଙ୍କ ସହ ଘନିଷ୍ଠ ସମ୍ପର୍କ ବଜାୟ ରଖି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ର୍ନିବାଚନ ପ୍ରଚାରରେ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛନ୍ତି । ବର୍ତ୍ତମାନ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ବିଜେପି ପାଇଁ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ଶ୍ରୀ ପାତ୍ର କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନଙ୍କ ର୍ନିବାଚନୀ ପ୍ରୟାସକୁ ସମର୍ଥନ ଦେବା ପାଇଁ ଆଇଏଫ୍‌ଏସ୍ ବିନୟ ଶ୍ରୀକାନ୍ତ ପ୍ରଧାନ ବାରମ୍ବାର ସରକାରୀ ଓ ବେସରକାରୀ କ୍ଷେତ୍ରରେ ନିଜର ବୃତ୍ତିଗତ ଓ ବ୍ୟକ୍ତିଗତ ସମ୍ପର୍କ ରଖୁଛନ୍ତି । କନସୁଲ ଜେନେରାଲ ପାହ୍ୟାରେ ଥିବା ଜଣେ ବରିଷ୍ଠ ଅଧିକାରୀଙ୍କ ଏଭଳି କାର୍ଯ୍ୟ ଅଶୋଭନୀୟ ଏବଂ ଜନପ୍ରତିନିଧି ଆଇନ, ୧୯୫୧ର ବିଭିନ୍ନ ଧାରାର ଉଲ୍ଲଂଘନ ।

ଭାରତର ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରାଯାଇଥିଲା ଯେ ଭାରତୀୟ ଜନତା ପାର୍ଟିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପ୍ରାୟ ଏକ ମାସ ଛୁଟିରେ ଥିବା ଏବଂ ଓଡ଼ିଶାର ସମ୍ବଲପୁର ଅଞ୍ଚଳରେ ଉପସ୍ଥିତ ଥିବା ଭାରତର ନ୍ୟୁୟର୍କରେ ଭାରତର କନସୁଲ ଜେନେରାଲଙ୍କ ଅନୁପସ୍ଥିତିର ତଦନ୍ତ ଆରମ୍ଭ କରାଯାଉ ।

ଗତ ଦୁଇ ସପ୍ତାହ ଧରି ସମ୍ବଲପୁର ସଂସଦୀୟ ର୍ନିବାଚନ ମଣ୍ଡଳୀ ପରିସରରେ ଶ୍ରୀ ବିନୟ ଶ୍ରୀକାନ୍ତ ପ୍ରଧାନ କେଉଁ ବ୍ୟକ୍ତିଙ୍କ ସହ ଯୋଗାଯୋଗରେ ଅଛନ୍ତି, ସେ ସମ୍ପର୍କରେ ତଦନ୍ତ କରାଯାଇ ଆଇଏଫ୍‌ଏସ୍ ଶ୍ରୀ ବିନୟ ଶ୍ରୀକାନ୍ତ ପ୍ରଧାନ ଦୋଷୀ ସାବ୍ୟସ୍ତ ହେଲେ ଜନପ୍ରତିନିଧି ଆଇନର ଧାରା ୧୯୫୧ର ପ୍ରାସଙ୍ଗିକ ବ୍ୟବସ୍ଥା ଅନୁଯାୟୀ ତାଙ୍କ ବିରୋଧରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଆଇଏଫ୍‌ଏସ୍ ଶ୍ରୀ ବିନୟ ଶ୍ରୀକାନ୍ତ ପ୍ରଧାନଙ୍କ ଆଚରଣର ତଦନ୍ତର ଫଳାଫଳ ଆସିବା ବାକି ରହିଛି । ସମ୍ବଲପୁର ଓ ଓଡ଼ିଶାରେ ଅବାଧ ଓ ନିରପେକ୍ଷ ଭାବେ ର୍ନିବାଚନ କରାଇବା ପାଇଁ ଶ୍ରୀ ବିନୟ ଶ୍ରୀକାନ୍ତ ପ୍ରଧାନ ତୁରନ୍ତ କାର୍ଯ୍ୟରେ ଯୋଗ ଦେବା/ ତାଙ୍କୁ ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ହଟାଇବାକୁ ନିର୍ଦ୍ଦେଶ ଦେବାକୁ ଭାରତ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଏ ଦିଗରେ ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି ।

ଏହି ଚିଠିର ଆଉ କୌଣସି ଫଳାଫଳ ନ ମିଳିବାରୁ ୨୦୨୪ ଏପ୍ରିଲ ୨୬ ତାରିଖରେ ପୁଣି ଥରେ କେନ୍ଦ୍ର ସରକାରଙ୍କ ମୁଖ୍ୟ ର୍ନିବାଚନ କମିଶନରଙ୍କ ଉଦ୍ଦେଶ୍ୟରେ ବିଜେଡି ପକ୍ଷରୁ ଶ୍ରୀ ବିନୟ ଶ୍ରୀକାନ୍ତ ପ୍ରଧାନଙ୍କ ଆଇନ୍‍ ଉଲ୍ଲଙ୍ଘନ ପ୍ରସଙ୍ଗରେ ଆଉ ଏକ ଚିଠି ପଠାଯାଇଥିଲା । ଆଇଏଫ୍‌ଏସ୍ ବିନୟ ଶ୍ରୀକାନ୍ତ ପ୍ରଧାନ, ବର୍ତ୍ତମାନ ଆମେରିକାର ନ୍ୟୁୟର୍କସ୍ଥିତ ଭାରତୀୟ କନ୍‌ସୁଲେଟ୍ ଜେନେରାଲ୍ ଭାବେ କାର୍ଯ୍ୟ କରୁଥିବା ବେଳେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ଅଭିଯାନରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି । ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଓଡ଼ିଶା ମୁଖ୍ୟ ର୍ନିବାଚନ ଅଧିକାରୀଙ୍କ ସହ ସିଇସିଙ୍କୁ ଅନୁରୋଧ କରାଯାଇଥିଲା । ୨୦୨୪ ଏପ୍ରିଲ ୨୪ତାରିଖର ଆବେଦନର ନକଲ ମୁଖ୍ୟ ର୍ନିବାଚନ କମିଶନରଙ୍କ ନିକଟରେ ଇମେଲ୍ ଜରିଆରେ ଦାଖଲ କରାଯିବା ସହ ମୁଖ୍ୟ ର୍ନିବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରାଯାଇଥିଲା । ର୍ନିବାଚନ ଆୟୋଗ ଏ ଦିଗରେ ଦୃଢ଼ ଓ କଠୋର ପଦକ୍ଷେପ ନେବେ ବୋଲି ଡ. ପାତ୍ର ଆଶାବ୍ୟକ୍ତ କରିଛନ୍ତି ।