Home Energy ଟିପିସିଓଡିଏଲ୍‍ର ନୂଆ କର୍ପୋରେଟ୍ କାର୍ଯ୍ୟାଳୟ

ଟିପିସିଓଡିଏଲ୍‍ର ନୂଆ କର୍ପୋରେଟ୍ କାର୍ଯ୍ୟାଳୟ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ସ୍ଥାପନ ହୋଇଥିବା ଯୌଥ ଉଦ୍ୟୋଗ ଟାଟା ପାୱାର ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଆଜି ଭୁବନେଶ୍ୱରର ପାୱାର ହାଉସ୍ ଛକ ଠାରେ ନୂଆ କର୍ପୋରେଟ୍ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରାଯାଇଛି ।

ଡକ୍ଟର ପ୍ରବୀର ସିହ୍ନା, ସିଇଓ ଓ ଏମ୍‌ଡି, ଟାଟା ପାୱାର ଓ ଟିପିସିଓଡିଏଲ୍‌ର ସିଇଓ ଏମ୍ ସେନ୍‌ବାଗମ୍‌ଙ୍କ ସମେତ କଂପାନିର ଅନ୍ୟ ବରିଷ୍ଠ କର୍ମଚାରୀମାନଙ୍କ ଉପସ୍ଥିତିରେ ଓଡ଼ିଶା ବିଦ୍ୟୁତ୍ ନିୟାମକ କମିସନ୍ (ଓଇଆର୍‌ସି)ର ଅଧ୍ୟକ୍ଷ ୟୁ ଏନ୍ ବେହେରା ଏହି କର୍ପୋରେଟ୍ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଥିଲେ ।

ଏହି ନୂତନ କାର୍ଯ୍ୟାଳୟ ହେଉଛି ଏକ ଦୁଇ ମହଲା ବିଶିଷ୍ଟ କୋଠା ଓ ଏହା ଗ୍ରାହକ ସେବା କେନ୍ଦ୍ର ନିକଟରେ ରହିଛି । ଏହି କାର୍ଯ୍ୟାଳୟ ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟ କରିବାର ଏକ ଅନୁକୂଳ ପରିବେଶ ପ୍ରଦାନ କରିବ । ଟିପିସିଓଡିଏଲ୍ ପକ୍ଷରୁ ସମସ୍ତ ଭିତ୍ତିଭୂମିର ନବୀକରଣ କରାଯାଉଛି ଯାହା ଦୀର୍ଘଦିନ ଧରି ମରାମତି ହୋଇନାହିଁ ।

ଏହି ଅବସରରେ ଡକ୍ଟର ପ୍ରବୀର ସିହ୍ନା, ସିଇଓ ଓ ଏମ୍‌ଡି, ଟାଟା ପାୱାର କହିଛନ୍ତି ଯେ, “ପାୱାର ହାଉସ୍ ଠାରେ ଟିପିସିଓଡିଏଲ୍‌ର ନୂଆ କର୍ପୋରେଟ୍ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରି ଆମେ ଅତ୍ୟନ୍ତ ଉଲ୍ଳସିତ । ଉତ୍କୃଷ୍ଟ ଗ୍ରାହକ ସେବା ସହିତ ଭରସାଯୋଗ୍ୟ, ସୁଲଭ ଓ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ । ଅ।।ମକୁ ଏହି ସୁଯୋଗ ପ୍ରଦାନ କରିବା ଓ ଓଡ଼ିଶାର ଲୋକମାନଙ୍କ ଜୀବନକୁ ଆଲୋକିତ କରିବା ଲାଗି ଟାଟା ପାୱାରର ପ୍ରତିବଦ୍ଧତାକୁ ଦୋହରାଇବା ସୁଯୋଗ ଦେଇଥିବାରୁ ଆମେ ଓଡ଼ିଶା ସରକାରଙ୍କ ନିକଟରେ କୃତଜ୍ଞ ।’’

ଏହି ଅବସରରେ ଏମ୍ ସେନ୍‌ବାଗମ୍‌୍ କହିଛନ୍ତି ଯେ, “ଭୁବନେଶ୍ୱରର ଅନ୍ୟତମ ପ୍ରମୁଖ ସ୍ଥଳ ପାୱାର ହାଉସ୍ ଠାରେ ଆମର ନୂଆ କର୍ପୋରେଟ୍ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରି ଆମେ ବହୁତ ଖୁସି । ଆମ ସମସ୍ତ କର୍ମଚାରୀ ଯେଭଳି କାର୍ଯ୍ୟ କରିବା ଲାଗି ଏକ ଶ୍ରେଷ୍ଠ ସ୍ଥାନ ପାଇବେ ଓ ଗ୍ରାହକମାନଙ୍କୁ ପ୍ରଭାବଶାଳୀ ଢଙ୍ଗରେ ସେବା ଯୋଗାଇ ପାରିବେ ତାହାକୁ ନିଶ୍ଚିତ କରିବା ଲାଗି ଆମେ ଆମ କାର୍ଯ୍ୟାଳୟ ଭିତ୍ତିଭୂମିକୁ ନବୀକରଣ କରୁଛୁ ।’’