Home News in Odia ୧୬ରୁ ଖୋଲିବ ଶ୍ରୀମନ୍ଦିର

୧୬ରୁ ଖୋଲିବ ଶ୍ରୀମନ୍ଦିର

ପୁରୀ : ଆସନ୍ତା ୧୬ ତାରିଖରୁ ଶ୍ରୀମନ୍ଦିର ଖୋଲିବ । ତେବେ ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ କେବଳ ପୁରୀ ସହରବାସୀ ଶ୍ରୀମନ୍ଦିରରେ ପ୍ରବେଶ କରି ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରିବେ । ଶ୍ରୀମନ୍ଦିର ଖୋଲିବା ନେଇ ଆଜି ବସିଥିବା ଛତିଶା ନିଯୋଗ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ।

ମୁଖ୍ୟ ପ୍ରଶାସକ କହିଛନ୍ତି ଯେ ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ । ୨୧ ଓ ୨୧ ତାରିଖ ସଟ୍‍ଡାଉନ୍‍ ରହୁଥିବାରୁ ୨୩ ତାରିଖ ଠାରୁ ସର୍ବସାଧାରଣ ପାଇଁ ଶ୍ରୀମନ୍ଦିର ଖୋଲା ରହିବ । ଭକ୍ତମାନେ ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ମନ୍ଦିରରେ ଦର୍ଶନ କରିପାରିବେ ।

ତେବେ ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ପ୍ରବେଶ ଲାଗି କୋଭିଡ ଟିକାର ଦୁଇ ଡୋଜ ନେଇଥିବା କିମ୍ବା ୯୬ଘଣ୍ଟା ପୂର୍ବରୁ ହୋଇଥିବା ଆରଟିପିସିଆର ପରୀକ୍ଷା ରିପୋର୍ଟ ନେଗେଟିଭ ବୋଲି ଦେଖାଇବାକୁ ପଡିବ । ଏଥି ସହିତ ଭକ୍ତମାନଙ୍କ ପାଇଁ ସାନିଟାଇଜର ଉପଲବ୍ଧ କରାଯିବା ସହିତ ମନ୍ଦିର ଆଖପାଖକୁ ନିୟମିତ ଭାବେ ବିଶୋଧନ କରାଯିବ ।

ଉଲ୍ଲେଖନୀୟ ଯେ କରୋନାର ଦ୍ୱିତୀୟ ଲହର ଆସିବା ପରେ ପରେ ଶ୍ରୀମନ୍ଦିର ପ୍ରଶାସନ ମନ୍ଦିର ପ୍ରବେଶ ଉପରେ କଟଣା ଲଗାଇଛନ୍ତି । ଏହି କଟକଣା ମଧ୍ୟରେ ଚନ୍ଦନଯାତ୍ରା ଠାରୁ ଆରମ୍ଭକରି ସ୍ନାନପୂର୍ଣ୍ଣିମା ଓ ଘୋଷଯାତ୍ରା ବିନା ଭକ୍ତରେ ସମ୍ପନ୍ନ ହୋଇଛି । ରାଜ୍ୟ ସରକାର ମନ୍ଦିର ଖୋଲିବାର ନିଷ୍ପତ୍ତି ଶ୍ରୀମନ୍ଦିର ପ୍ରଶାସନ ଉପରେ ଛାଡିଥିବାବେଳେ ଆସନ୍ତା ୧୬ତାରିଖରୁ ଏହା ଖୋଲିବାପାଇଁ ପ୍ରଶାସନ ସ୍ଥିର କରିଛି ।

LEAVE A REPLY

Please enter your comment!
Please enter your name here