Home Finance ଫାସ୍‍ ଟ୍ୟାଗ୍‍ ବାଧ୍ୟତାମୂଳକ ହେବ

ଫାସ୍‍ ଟ୍ୟାଗ୍‍ ବାଧ୍ୟତାମୂଳକ ହେବ

ଆସନ୍ତାବର୍ଷ ଜାନୁୟାରୀ ପହିଲାରୁ ଟୋଲ ପ୍ଲାଜା ଗୁଡିକରେ ଫାସ୍‍ଟ୍ୟାଗ୍‍ ବାଧ୍ୟତାମୂଳକ ହେବ । ଏ ନେଇ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିଛନ୍ତି । ଏପିରକି ୨୦୧୭ ଡିସେମ୍ବର ପହିଲା ପୂର୍ବରୁ ବିକ୍ରି ହୋଇଥିବା ଏମ୍‍ ଏବଂ ଏନ୍‍ ବର୍ଗର ପୁରୁଣା ମୋଟର ଯାନ (ଚାରି ଚକିଆ ଯାନ) ପାଇଁ ଏହା ଲାଗୁ ହେବ । ଏହି ପ୍ରସଙ୍ଗରେ ମନ୍ତ୍ରଣାଳୟ ପକ୍ଷରୁ ୬ ନଭେମ୍ବରରେ ବିଜ୍ଞପ୍ତି ଜାରି ହୋଇଛି ।

କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ଅନୁଯାୟୀ, ୧ ଡିସେମ୍ବର ୨୦୧୭ ଠାରୁ, ନୂତନ ଚାରି ଚକିଆ ଯାନର ସମସ୍ତ ପଞ୍ଜୀକରଣ ପାଇଁ ଫାସ୍‍ ଟ୍ୟାଗ୍‍ ବାଧ୍ୟତାମୂଳକ କରାଯାଇଥିଲା ଏବଂ ଏହାକୁ ଯାନ ର୍ନିମାତା କିମ୍ବା ସେମାନଙ୍କ ଡିଲରମାନେ ଯୋଗାଇ ଦେଉଛନ୍ତି ।

ଏହା ମଧ୍ୟ ବାଧ୍ୟତାମୂଳକ କରାଯାଇଛି ଯେ ପରିବହନ ଯାନର ଫିଟ୍‍ନେସ୍‍ ନବୀକରଣ ପାଇଁ ପାଇଁ ଫାସ୍‍ ଟ୍ୟାଗ୍‍ ଫିଟ୍‍ ହେବା ଆବଶ୍ୟକ । ଅଧିକନ୍ତୁ, ଜାତୀୟ ଅନୁମତି ଯାନଗୁଡିକ ପାଇଁ ୧ ଅକ୍ଟୋବର ୨୦୧୯ ଠାରୁ ଫାସ୍‍ ଟ୍ୟାଗ୍‍କୁ ବାଧ୍ୟତାମୂଳକ କରାଯାଇଛି ।

ସେହିଭଳି ତୃତୀୟ ପକ୍ଷ ବୀମା କରିବା ସମୟରେ ଫାସ୍‍ ଟ୍ୟାଗ୍‍ ବାଧ୍ୟତାମୂଳକ ଅଟେ ଏବଂ ଏହା ଆସନ୍ତାବର୍ଷ ଜାନୁୟାରୀ ପହିଲାରୁ ଲାଗୁ ହେବ ।

ବିଜ୍ଞାପ୍ତି ପ୍ରକାଶ ଫଳରେ ଫାସ୍‍ ଟ୍ୟାଗ୍‍ ଦ୍ୱାରା କେବଳ ଇଲେକ୍ଟ୍ରୋନିକ୍ ବ୍ୟବସ୍ଥା ମାଧ୍ୟମରେ ଟୋଲ୍ ପ୍ଲାଜାରେ ଫିସ୍ ଦେୟ ୧୦୦ ପ୍ରତିଶତ ହେବ ଏବଂ ଯାନବାହାନଗୁଡିକ ଫି ପ୍ଲାଜା ମାଧ୍ୟମରେ ନଅଟକି ନିରବଚ୍ଛିନ୍ନ ଭାବରେ ଯିବାଆସିବା କରିପାରିବେ ।

ଏକାଧିକ ଚ୍ୟାନେଲରେ ଫାସ୍‍ ଟ୍ୟାଗ୍‍ ର ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ଯାହାଦ୍ୱାରା ଲୋକେ ଆସନ୍ତା ଦୁଇମାସ ମଧ୍ୟରେ ସେମାନଙ୍କ ଗାଡିରେ ଲଗାଇ ସହଜର ଫାସ୍‍ ଟ୍ୟାଗ୍‍ ଲଗାଇପାରିବେ ।  

LEAVE A REPLY

Please enter your comment!
Please enter your name here