Home General ପ୍ରୋତ୍ସାହନ ରାଶି ପାଇଁ ଖୁବଶୀଘ୍ର ନିର୍ଦ୍ଦେଶନାମା

ପ୍ରୋତ୍ସାହନ ରାଶି ପାଇଁ ଖୁବଶୀଘ୍ର ନିର୍ଦ୍ଦେଶନାମା

ଭୁବନେଶ୍ୱର : ଇ-ଯାନ କିଣୁଥିବା ଲୋକମାନଙ୍କୁ ପ୍ରୋତ୍ସାହନ ରାଶି ଦେବା ପାଇଁ ଖୁବଶୀଘ୍ର ନିର୍ଦ୍ଦେଶନାମା ଜାରି କରାଯିବ । ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।

ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ବୈଦ୍ୟୁତିକ ଯାନ କିଣୁଥିବା ଲୋକଙ୍କ ପାଇଁ ରେଜିଷ୍ଟ୍ରେସନ ଫି’ ଓ ରୋଡ୍‍ ଟ୍ୟାକ୍ସ ସଂପୂର୍ଣ୍ଣ ଛାଡ କରାଯାଇଛି । ତେବେ ସେମାନଙ୍କୁ ପ୍ରୋତ୍ସାହନ ରାଶି ଦେବା ପାଇଁ ଖୁବଶୀଘ୍ର ଏକ ନିର୍ଦ୍ଦେଶନାମା ଜାରି କରାଯିବ ।

ସେହିଭଳି ସରକାରୀ କର୍ମଚାରୀ ଓ ସାଧାରଣ ଲୋକଙ୍କୁ ଋଣର ସୁଧ ଉପରେ ରିହାତି ଦେବା ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦେଶନାମା ଜାରି କରିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here