Home General ପୁରୁଣା ଗାଡି ହଟାଇବ କେନ୍ଦ୍ର

ପୁରୁଣା ଗାଡି ହଟାଇବ କେନ୍ଦ୍ର

332
0

ଭୁବନେଶ୍ୱର : ରାଜ୍ୟରେ ୧୫ବର୍ଷ ଅତିକ୍ରାନ୍ତ କରିଥିବା ୨୩ହଜାରରୁ ଅଧିକ ଚାରିଚକିଆ ଯାନ ରହିଛି । ଏଗୁଡିକୁ ଚଳାଚଳ ନକରିବାର କ୍ଷମତା କେନ୍ଦ୍ର ସରକାରଙ୍କର ।

୧୫ବର୍ଷର ପୁରୁଣା ଯାନ ଚଳାଚଳ ସଂକ୍ରାନ୍ତରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ପଚାରିଥିବା ପ୍ରଶ୍ନର ଉତ୍ତରରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭାରେ ଏହା କହିଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ୧୫ବର୍ଷ ଅତିକ୍ରମ କରୁଥିବା ବସ୍‍ ଓ ଟ୍ରକ ଗୁଡିକୁ ଚଳାଚଳ ନକରିବାର କ୍ଷମତା ଆଇନ୍‍ ଅନୁଯାୟୀ କେନ୍ଦ୍ର ସରକାରଙ୍କ କ୍ଷମତା ପରିସରଭୁକ୍ତ ଅଟେ । ଏ ସଂକ୍ରାନ୍ତରେ ରାଜ୍ୟ ବା କେନ୍ଦ୍ର ସରକାରଙ୍କ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ ।

ଏହା ସତ୍ୱେ ରାଜ୍ୟରେ ୧୫ବର୍ଷ ଅତିକ୍ରମ କରିଥିବା ମୋଟ୍‍ ୬୭୨ଟି ବସ୍‍, ୧୭,୪୯୮ ଟି ଟକ୍ର ଓ ମିନିଟ୍ରକ ତଥା ମୋଟ୍‍ ୨୩,୯୦୪ଟି ଚାରି ଚକିଆ ଯାନ ରହିଛି । ଏଥି ମଧ୍ୟରୁ ୪୫୦ଟି ଯାତ୍ରିବାହୀ ଯାନଏବଂ ୨୩,୪୫୪ଟି ଘରୋଇ ଅଣପରିବହନ ଯାନ ଚଳାଚଳ କରୁଛି । ଦୁଇ ଚକିଆ ଯାନଗୁଡିକ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା କୌଣସି ମିଆଦ ରଖାଯାଇ ନାହିଁ ।

LEAVE A REPLY

Please enter your comment!
Please enter your name here