Home General କ୍ଷୁଦ୍ର ଶିଳ୍ପ ନିଗମ ଦେଲା ୧୦ ଲକ୍ଷ

କ୍ଷୁଦ୍ର ଶିଳ୍ପ ନିଗମ ଦେଲା ୧୦ ଲକ୍ଷ

86
0

ଭୁବନେଶ୍ୱର : ରାଜ୍ୟର କୋଭିଡ୍‌ ଲଢେଇରେ ନିଜର ଯୋଗଦାନ ସ୍ୱରୂପ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଲୋକସେବା ଭବନଠାରେ ବୋର୍ଡର ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁ ଓ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ସାହାଣୀଙ୍କ ଠାରୁ ଏହି ରାଶିର ଚେକ୍‌ ଗ୍ରହଣ କରିଛନ୍ତି ।

ଚେକ୍‌ ପ୍ରଦାନ ସମୟରେ ନିଗମର ଅଧ୍ୟକ୍ଷ ଶ୍ରୀ ସାହୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ଦୁରଦର୍ଶୀ କୋଭିଡ୍‌ ପରିଚାଳନା ଯୋଗୁ ଓଡ଼ିଶାରେ କୋଭିଡ୍‌ ମହାମାରୀ ସ୍ଥିତି ନିୟନ୍ତ୍ରଣାଧିନ ରହିଛି । କୋଭିଡ୍‌ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅନେକ ରାଜ୍ୟଠାରୁ ଭଲ ସ୍ଥିତିରେ ଅଛି । ଜନ ସାଧାରଣଙ୍କ ସହଯୋଗରେ ରାଜ୍ୟ ଅଧିକ ସଫଳତା ହାସଲ କରିବ ।

ଏତାଦୃଶ ସହଯୋଗ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କ୍ଷୁଦ୍ର ଶିଳ୍ପ ନିଗମ କର୍ତ୍ତୁପକ୍ଷଙ୍କୁ ସାଧୁବାଦ ଜଣାଇବା ସହ ନିଜ ଦପ୍ତର ତଥା ବ୍ୟକ୍ତିଗତ ସ୍ତରରେ କାରୋନା ନିୟମ ଅନୁପାଳନ ଓ  ସଚେତନତା କାର୍ଯ୍ୟ ଚଳାଇ ରଖିବାକୁ ଅନୁରୋଧ କରିଥଲେ ।  

LEAVE A REPLY

Please enter your comment!
Please enter your name here