Home News in Odia ଉଦ୍ଧାର ହେଲେ ୮୯୪ ପିଲା

ଉଦ୍ଧାର ହେଲେ ୮୯୪ ପିଲା

ଭୁବନେଶ୍ୱର : ଆଠ ଦିନ ମଧ୍ୟରେ ନିଖୋଜ ଥିବା ୮୯୪ ପିଲାଙ୍କୁ ପୁଲିସ୍‌ ପକ୍ଷରୁ ଉଦ୍ଧାର କରାଯାଇଛି । ରାଜ୍ୟରେ ନିଖୋଜ ପିଲାଙ୍କୁ ଖୋଜିବାପାଇଁ ପୁଲିସ୍‌ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନରୁ ଏହି ସଫଳତା ମିଳିଛି ।

ପୁଲିସ୍‌ ପକ୍ଷରୁ ଚଳିତମାସ ୧୮ତାରିଖରୁ ଏହି ଅଭିଯାନ ଆରମ୍ଭ ହୋଇ ୨୫ରେ ସରିଥିଲା । ଉଦ୍ଧାର ହୋଇଥିବା ୮୯୪ ପିଲାଙ୍କ ମଧ୍ୟରୁ ୮୦୦ ଜଣ ବାଳିକା ଥିବାବେଳେ ୯୪ଜଣ ବାଳକ ଥିଲେ । ନିଖୋଜ ପିଲାଙ୍କ ବିଷୟରେ ରୁଜୁ ହୋଇଥିବା ମାମଲା ଆଧାରରେ ପୁଲିସ୍‌ ଏହି ଅଭିଯାନ ଚଳାଇଥିଲା ।

ଏହି ସ୍ୱତନ୍ତ୍ର ଅଭିଯାନରେ କେନ୍ଦ୍ରାପଡା ଜିଲ୍ଲା ୧୨୭ ପିଲାଙ୍କୁ ଉଦ୍ଧାର କରିଥିବାବେଳେ ମୟୁରଭଞ୍ଜ ୧୧୧ ଓ ବାଲେଶ୍ୱର ପୁଲିସ୍‌ ୮୮ଜଣ ଉଦ୍ଧାର କରିଛି । ବିଭିନ୍ନ ଜିଲ୍ଲାର ଏସ୍‌ପିମାନଙ୍କ ଏଭଳି କାର୍ଯ୍ୟକୁ ପୁଲିସ୍‌ ମହାନିଦେ୍ର୍ଦଶକ ଅଭୟ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here