Home General ଅପରାଜିତାଙ୍କୁ ଡି.ଲିଟ୍ ଉପାଧି

ଅପରାଜିତାଙ୍କୁ ଡି.ଲିଟ୍ ଉପାଧି

ଭୁବନେଶ୍ୱର: ପୂର୍ବତନ ପ୍ରଶାସିକା ତଥା ଭୁବନେଶ୍ୱର ସାଂସଦ ଅପାରାଜିତା ଷଡଙ୍ଗୀଙ୍କୁ ଜାନୁଆରୀ ୯ ରେ ସମ୍ମାନଜନକ ଡି.ଲିଟ୍ ଡିଗ୍ରୀ ମିଳିବ ।

ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ପୁଣେର ଏମ୍‍ଆଇଟି-ଏଡିଟି ବିଶ୍ୱବିଦ୍ୟାଳୟ ଏହାର ସମାବର୍ତ୍ତନ ସମାରୋହରେ ଶ୍ରୀମତୀ ଷଡଙ୍ଗୀଙ୍କୁ ସମ୍ମାନିତ କରିବ ବୋଲି କୁଳପତି ଡ. ମଙ୍ଗେଶ ଟି କର୍ନାଡ ସୂଚନା ଦେଇଛନ୍ତି ।

ଶ୍ରୀମତୀ ଷଡଙ୍ଗୀଙ୍କୁ ଏକ ପତ୍ରରେ ଡକ୍ଟର କର୍ନାଡ ସୂଚନା ଦେଇଛନ୍ତି ଯେ ପୁଣେରେ ଜାନୁଆରୀ ୯ ରେ ହେବାକୁ ଥିବା ଚତୁର୍ଥ ସମାବର୍ତ୍ତନ ସମାରୋହରେ ଏମ୍‍ଆଇଟି-ଏଡିଟି ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନିତ କରିବ ।

ଜନଜୀବନରେ ନିଜର ଲୋକାଭିମୁଖୀ ତଥା ସର୍ବୋଚ୍ଚ ମାନ୍ୟତା ବଜାୟ ରଖିବା ପାଇଁ ଜଣାଶୁଣା ଶ୍ରୀମତୀ ଷଡଙ୍ଗୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ” ଓଡିଶାର ତାରକା” ମାନ୍ୟତା ଦେଇଛନ୍ତି ।

ଶ୍ରୀମତି ଷଡଙ୍ଗୀ ବିଭିନ୍ନ ବିଭାଗରେ ଓଡିଶା ପ୍ରଶାସନିକ ଅଧିକାରୀ ଭାବେ ସେବା କରିଥିଲେ ଏବଂ ସର୍ବୋଚ୍ଚ ଆନ୍ତରିକତାର ସହ ରାଜ୍ୟବାସୀଙ୍କୁ ସେବା କରିଥିଲେ ।

ଭୁବନେଶ୍ୱରର ସାଂସଦ ଭାବରେ ସେ ଲୋକସଭାରେ ଲୋକଙ୍କ ସମସ୍ୟା ଉଠାଇବା ସହ ର୍ନିବାଚନମଣ୍ଡଳୀବାସୀଙ୍କ ଅଭିଯୋଗକୁ ସେ ଅନ୍ୟମାନଙ୍କ ତୁଳନାରେ ବଡ଼ ଢଙ୍ଗରେ ସମାଧାନ କରିଥାନ୍ତି ।

ଦେଶର ସର୍ବୋଚ୍ଚ ପରମ୍ପରା ତଥା ସମୟର ପରୀକ୍ଷିତ ସର୍ବଭାରତୀୟ ମୂଲ୍ୟବୋଧକୁ ବଜାୟ ରଖିଥିବାରୁ ଶ୍ରୀମତୀ ଷଡଙ୍ଗୀଙ୍କୁ ଶ୍ରୀ ସରସ୍ୱତୀ ଦେବୀ ଜୀବନ ଦାନ ଗୌରବ ପୁରସ୍କରରେ ସମ୍ମାନିତ କରାଯିବ ।

ଏମଆଇଟି ଏଡିଟି ବିଶ୍ୱବିଦ୍ୟାଳୟ, ପୁଣେରେ ବହୁମୁଖୀ ଶିକ୍ଷାନୁଷ୍ଠାନଗୁଡିକ କଳା, ଡିଜାଇନ୍ ଏବଂ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ସର୍ଗୀକୃତ ହୋଇଥିବାବେଳେ ଉଚ୍ଚମାନର ଶିକ୍ଷା ଏବଂ ଛାତ୍ରମାନଙ୍କ ମଧ୍ୟରେ ମୂଲ୍ୟବୋଧକୁ ସମୃଦ୍ଧ କରିଥାଏ ।

LEAVE A REPLY

Please enter your comment!
Please enter your name here