Home Health ଅନ୍ଧାରୁଆଠାରେ ଟୀକା ପ୍ରସ୍ତୁତ ୟୁନିଟ୍

ଅନ୍ଧାରୁଆଠାରେ ଟୀକା ପ୍ରସ୍ତୁତ ୟୁନିଟ୍

131
0

ଖୋର୍ଦ୍ଧାର ଅନ୍ଧାରୁଆଠାରେ ଏକ ଉନ୍ନତ ତଥା ବିକଶିତ ପ୍ରତିଷେଧକ ଟୀକା ପ୍ରସ୍ତୁତକାରୀ ୟୁନିଟ୍‌ ସ୍ଥାପନ ପାଇଁ ତୃଣମୂଳସ୍ତରରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ସେ ମଧ୍ୟ ପ୍ରମୁଖ ନିର୍ମାତା ମେସର୍ସ ଭାରତ ବାୟୋଟେକ୍‌ ଇଣ୍ଟରନ୍ୟାସନାଲ ଲିଃକୁ ଅତ୍ୟାଧୁନିକ ବାୟୋଟେକ୍‌ ଇନ୍‌କୁବେସନ୍‌ କେନ୍ଦ୍ର, ସାଧାରଣ ସୁବିଧା ଓ ଆଇଟି କରିଡର ସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ଏବଂ ଓଡ଼ିଶା ଶିଳ୍ପ ଉନ୍ନୟନ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଂଜୟ କୁମାର ସିଂ କହିଛନ୍ତି ଯେ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅନ୍ଧାରୁଆର ବାୟୋଟେକ୍‌ ପାର୍କଠାରେ ଜମି ଉପଲବ୍ଧ ଅଛି । କୋଠାର ନକ୍ସା ମଧ୍ୟ ଅନୁମୋଦିତ ହୋଇଛି ।

ବିଭିନ୍ନ ଇନକ୍ୟୁବେସନ‌ ସେଣ୍ଟରରେ ୭୭୪ଟି ଷ୍ଟାର୍ଟଅପ୍‌ କାର୍ଯ୍ୟକରୁଛି, ଯାହା ମଧ୍ୟରୁ ୬୫ଟି ଇନ୍‌କୁ୍ୟବେଟର ପାଟେଣ୍ଟ, ଟ୍ରେଡ୍‌ ମାର୍କ ଓ କପି ରାଇଟ୍‌ ଆଦି ହାସଲ କରିଛନ୍ତି । ପ୍ରାୟ ୭୫ଟି ଷ୍ଟାର୍ଟଅପ୍‌ ବାୟୋଟେକ୍‌ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି ।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ଶାସନ ସଚିବ ସନ୍ତୋଷ ଷଡଙ୍ଗୀ, ଭାରତୀୟ ଜୀବବିଜ୍ଞାନ ପ୍ରତିଷ୍ଠାନ, ଭୁବନେଶ୍ୱରର ନିର୍ଦ୍ଦେଶକ ଡ. ଅଜୟ ପରିଡା ଏବଂ ବିଜ୍ଞାନ ଓ ବୈଷୟିକ ବିଭାଗ, ଇଡ୍‌କୋର ବରିଷ୍ଠ ଅଧିକାରୀ, କିଟ୍‌ ବାୟୋଟେକ୍‌ ଇନ୍‌କୁବେସନ୍‌ ସେଣ୍ଟରର କର୍ମକର୍ତ୍ତାମାନେ ଏହି ବୈଠକରେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here